ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ତାଇୱାନ ପାଖରେ ଉଡ଼ାଇଲା ଯୁଦ୍ଧବିମାନ

ବେଜିଂ: ଗତ ଦୁଇଦିନ ହେଲା ଚୀନ୍ ତା’ର ଲଢ଼ୁଆ ଜେଟ୍ ଓ ବମ୍ବର ସହ ବଡ଼ବଡ଼ ଯୁଦ୍ଧ ବିମାନ ଓ ଜାହାଜକୁ ତାଇୱାନ ଆଡ଼କୁ ପଠାଇଥିବା ବୁଧବାର ତାଇୱାନ ପକ୍ଷରୁ କୁହାଯାଇଛି। ସମ୍ଭାବ୍ୟ ଆକ୍ରମଣ ବିରୋଧରେ ଆତ୍ମରକ୍ଷା ପାଇଁ ତାଇୱାନ ତା’ର ବାର୍ଷିକ ସମରାଭ୍ୟାସ ଆରମ୍ଭ କରିବା ପୂର୍ବରୁ ସାମରିକ ଦମ୍‌ ଦେଖାଇଛି ଚୀନ୍।

ଏକ ରିପୋର୍ଟ ଅନୁସାରେ, ଚୀନ୍‌ର ପିପୁଲ୍ସ ଲିବରେସନ ଆର୍ମି (ପିଏଲ୍‌ଏ) ମଙ୍ଗଳବାର ସକାଳ ୬ଟାରୁ ବୁଧବାର ସକାଳ ୬ଟା ମଧ୍ୟରେ ତାଇୱାନ ଆଡ଼କୁ ୩୮ଟି ଯୁଦ୍ଧବିମାନ ଓ ୯ଟି ଯୁଦ୍ଧଜାହାଜ ପଠାଇଛି। ବର୍ତ୍ତମାନ ସୁଦ୍ଧା ଏହା ଜେ-୧୦ ଓ ଜେ-୧୬ ସମେତ ଆଉ ୩୦ଟି ଲଢ଼ୁଆ ବିମାନ ଉଡ଼ାଇଛି। ସେଥିମଧ୍ୟରୁ ୩୨ଟି ବିମାନ ତାଇୱାନ ପ୍ରଣାଳୀର ମଧ୍ୟରେଖା ଅତିକ୍ରମ କରିଛି, ଯାହାକୁ ଅଣସ୍ବୀକୃତ ସୀମାରେଖା ଭାବେ ବିବେଚନା କରାଯାଉଛି। ପରେ ବୁଧବାର ଆଉ ୨୩ଟି ବିମାନ ଏହି ସୀମାରେଖା ଡେଇଁଥିବା ତାଇୱାନ ଅଭିଯୋଗ କରିଛି। ଚଳିତ ମାସରେ ତାଇୱାନର ବାର୍ଷିକ ହାନ ଗୁଆଙ୍ଗ (ସମରାଭ୍ୟାସ) କରିବାର ଅଛି। ଆତ୍ମରକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ତାଇୱାନ ପ୍ରତିବର୍ଷ ଏପରି ସମରାଭ୍ୟାସ କରିଥାଏ। କିଛିବର୍ଷ ହେଲା ସ୍ବୟଂଶାସିତ ତାଇୱାନକୁ ଚୀନ୍ ନିଜ ଦେଶର ଏକ ଅଂଶ ବୋଲି ଦାବି କରିଆସୁଛି। ତାଇୱାନରେ କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପ ଓ ଅନ୍ୟ ଦେଶ ସହ ସମ୍ପର୍କକୁ ନେଇ ଚୀନ୍ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ଏହା ନିଜର ସାମରିକ ଶକ୍ତି ପ୍ରଦର୍ଶନ କରି ଏହି ସ୍ବୟଂଶାସିତ ଦେଶକୁ ଭୟଭୀତ କରିଆସୁଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ