କନ୍ଧମାଳ -ସ୍ବାଧିନତାର ଦୀର୍ଘ ବର୍ଷ ପରେବି ଆଜି ପର୍ଯ୍ୟନ୍ତ ଅବହେଳିତ ଅନେକ ଗାଁ କେଉଁଠି ଲୋକେ ପାଣି ପାଇଁ ଡହଳ ବିକଳ ତ କେଉଁଠି ରାସ୍ତା ପାଇଁ ଧାଇଁ ଧାଇଁ ପ୍ରଶାସନ କୁ ଗୁହାରି କରିଥିଲେ ମଧ୍ୟ କୈାଣସି କାର୍ଯ୍ୟ ସଫଳ ନହେବା ରୁ ଯାତାୟତ ପାଇଁ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉ ଥିବା ଦେଖିବାକୁ ମିଳିଛି ।
ଏମିତି ଏକ ଗାଁ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ବଣ୍ଡଗୁଡା ପଞ୍ଚାୟତ ଅନ୍ତର୍ଗତ ୯ ନମ୍ବର ଉଆଡ୍ ଉପରକଙ୍ଗେରିକି ଗାଁ ର । ଏହି ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ୧୦ କିଲୋମିଟର ଦୂରରେ ହୋଇଥିବା ବେଳେ ଉପର କଙ୍ଗେରିକିଆ ଗାଁର ଲୋକେ ଅଭିଶପ୍ତ ଭଳି ଜୀବନ ଜୀବିକା ନିର୍ବାହ କରୁଛନ୍ତି । ଉପର କଙ୍ଗେରିକିଆ ଗାଁ ରେ ବିଦ୍ୟାଳୟ ଥିବା ରୁ ଏହି ବିଦ୍ୟାଳୟ ଉପରେ ଡୁଡ଼ୁକାର ଗାଁ, ତଳକଙ୍ଗେରିକିଆ, ମାହାଲିମୁଣ୍ଡା, ଶିର୍କ ନାଜୁ, ଶ୍ରାମ୍ବୁ ନାଜୁ ଭଳି ବିଭିନ୍ନ ଗାଁ ଛତ୍ର ଛାତ୍ରୀ ଏହି ଖାଲଖମା ରାସ୍ତା ଦେଇ ଉପର କଙ୍ଗେରିକିଆ ବିଦ୍ୟାଳୟ ଆସୁଥିବା ବେଳେ ରାସ୍ତା ଖାଲଖମା ହୋଇ ଥିବା ଯୋଗୁଁ ଖରାଦିନେ କିଛି ମାତ୍ରା ସୁବିଧା ଥିବା ବେଳେ ବର୍ଷା ଦିନେ ବର୍ଷାଯୋଗୁଁ ଘାଟି ରାସ୍ତା ବର୍ଷା ରେ ମାଟି ରାସ୍ତା ଧୋଇ ଯାଉଥିବାରୁ ଜରୁରୀକାଳୀନ ବଞ୍ଚିତ ବୋଲି କହିଛନ୍ତି ଗ୍ରାମ ବାସୀ ।
ଏହି ୯ ନମ୍ବର ଉଆଡ୍ ମୋଟ ଜନସଂଖ୍ୟା ୫୦୦ ଉର୍ଦ୍ଧ ରହିଥିବା ବେଳେ ଏଠାକାର ଜନସାଧାରଣ ଙ୍କ ପାଇଁ ଗମନାଗମନ ପାଇଁ ରାସ୍ତା ହିଁ ସମସ୍ୟା ବୋଲି କହିଛନ୍ତି । ତେଣୁ ପ୍ରଶାସନ ଏଥିପ୍ରତି ସଠିକ ଦୃଷ୍ଟି ଆକର୍ଷଣ କରିବା ସହ ଉପର କଙ୍ଗେରିକିଆ ବିଦ୍ୟାଳୟ କୁ ରାସ୍ତା ନିର୍ମାଣ ପାଇଁ ଗ୍ରାମ ବାସୀ ବୃନ୍ଦାବନ ପ୍ରଧାନ, ଶ୍ରିରାମ ପ୍ରଧାନ, ବିଜୟ ଚନ୍ଦ୍ର ପ୍ରଧାନ, ଭିମରାଜ ପ୍ରଧାନ, ଯହଲାଲ ପ୍ରଧାନ, କଲ୍କିରାମ ପ୍ରଧାନ, ଶଙ୍କର ପ୍ରଧାନ, ବୁଟୁକି ପ୍ରଧାନ, କମଳା ପ୍ରଧାନ, କାମନ୍ତି ପ୍ରଧାନ, ସଞ୍ଜୁକ୍ତା ପ୍ରଧା