ରାଜ୍ୟ

ତଳମୁହାଁ ହେଉନି ଡାଇରିଆ: ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ରାଉରକେଲା: ଗତ ୧୧ ତାରିଖରୁ ରାଉରକେଲାରେ ବ୍ୟାପିଥିବା ଡାଇରିଆ ତଳମୁହାଁ ହେଉନି। ଅବଶ୍ୟ ପୂର୍ବ ଅପେକ୍ଷା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି। ସଂକ୍ରମଣ ରୋକିବାକୁ ଉଭୟ ପ୍ରଶାସନ ଓ ଜିଲ୍ଲା ସ୍ବାସ୍ଥ୍ୟବିଭାଗ ଉଦ୍ୟମ ଜାରି ରଖିଛନ୍ତି। ମଙ୍ଗଳବାର ବନ୍ଧମୁଣ୍ଡା ତିଲକନଗରର ୮ ବର୍ଷର ଶିଶୁକନ୍ୟା ଅଞ୍ଜଳି ଶୁଣ୍ଢିଙ୍କର ମୃତ୍ୟୁ ହୋଇଛି। ଆଜିକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୦ରେ ପହଞ୍ଚିଛି। ହେଲେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍‌ଜିଏଚ୍‌ରେ କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି। ଆଜି ପର୍ଯ୍ୟନ୍ତ ରାଉରକେଲା ଓ ଏହାର ଆଖପାଖରେ ୫୮୦ ଜଣ ଡାଇରିଆରେ ଆକ୍ରାନ୍ତ ହେଲେଣି। କେବଳ ରାଉରକେଲା ସହରରେ ୪୨୯, ବିଭିନ୍ନ ବ୍ଲକରୁ ୧୧୩ ଜଣ ଡାଇରିଆ ରୋଗୀ ଆର୍‌ଜିଏଚ୍‌ ଓ ବିଭିନ୍ନ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

୨୪୪ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମଙ୍ଗଳବାର ରାତି ବେଳକୁ କେବଳ ଆର୍‌ଜିଏଚ୍‌ରେ ୧୫୩ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ଆର୍‌ଜିଏଚ୍‌ରୁ ୫ ଗୁରୁତର ରୋଗୀଙ୍କୁ ବୁର୍ଲା, ୪ ଜଣଙ୍କୁ ବେଦବ୍ୟାସସ୍ଥ ଜେପି ହସ୍ପିଟାଲ, ୪ ଜଣଙ୍କୁ ହାଇଟେକ୍‌ ମେଡ଼ିକାଲ, ୨ ଜଣଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)କୁ ସ୍ଥାନାନ୍ତର କରାଯାଇଛି। ରାଉରକେଲା ଅତିରକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହପାତ୍ର କହିଛନ୍ତି, ଡାଇରିଆ ରୋକିବାକୁ ଆର୍‌ଏମ୍‌ସି, ଜିଲ୍ଲା ପ୍ରଶାସନ ଓ ସ୍ବାସ୍ଥ୍ୟବିଭାଗ ଅହରହ କାମ କରୁଛନ୍ତି। ସ୍ଥିତି ନିୟନ୍ତ୍ରଣରେ ରହିଛି। ମଙ୍ଗଳବାର ସୁଦ୍ଧା କେବଳ ୫ ଜଣଙ୍କର ମୃତ୍ୟୁ ହୋଇଛି। ମୃତକମାନେ ଡାଇରିଆ ନା’ ଅନ୍ୟ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି, ତଦନ୍ତ କରିବାକୁ ସିଡିଏମ୍‌ଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି। କମିଟି ଯାଞ୍ଚ କରିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ଆଜି ସହରରେ ୧୧ଟି ସ୍ଥାନରେ ଫାଟିଥିବା ପାଇପ୍‌କୁ ମରାମତି କରାଯାଇଛି। ୱାଟ୍‌କୋ ମୁଖ୍ୟ ପରିଚାଳନା ଅଧିକାରୀ ଶରତ ମିଶ୍ରଙ୍କ ଉପସ୍ଥିତିରେ ପାଣିର ବିଶୋଧନ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। ସହରର ସମସ୍ତ ସ୍କୁଲ ଓ କଲେଜ ପାଣି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆର୍‌ଏମ୍‌ସି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗଠିତ ୧୨ଟି ସ୍ବାସ୍ଥ୍ୟ ଟିମ୍‌ ବସ୍ତିରେ ଘରକୁ ଘର ବୁଲି ଯାଞ୍ଚ କରୁଛନ୍ତି। ଔଷଧ ବାଣ୍ଟୁଛନ୍ତି। ଲକ୍ଷଣ ଦେଖାଯାଉଥିବା ଲୋକଙ୍କୁ ଚିକିତ୍ସା ପାଇଁ ଆର୍‌ଜିଏଚ୍‌ ପଠାଇବାର ବ୍ୟବସ୍ଥା କରୁଛନ୍ତି। ସେପଟେ ରୋଗୀ ସଂଖ୍ୟା ବଢ଼ୁଥିବାରୁ ଡାକ୍ତର, ପାରାମେଡ଼ିକାଲ ଷ୍ଟାଫ୍‌, ନର୍ସ ସଂଖ୍ୟା ବଢ଼ାଯାଇଛି। ସହର ଓ ଜିଲ୍ଲାର ବିଭିନ୍ନ ନର୍ସିଂ କଲେଜରୁ ୧୬୯ରୁ ଅଧିକ ନର୍ସଙ୍କୁ ଚିକିତ୍ସା ସେବାରେ ନିୟୋଜିତ କରାଯାଇଛି।

ସଂଧ୍ୟାରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌, ସ୍ବାସ୍ଥ୍ୟ ସଚିବ ଆଭାସି ବୈଠକ ଜରିଆରେ ଆର୍‌ଜିଏଚ୍‌ର ଡାଇରିଆ ସ୍ଥିତିର ସମୀକ୍ଷା କରିଥିଲେ। ଆର୍‌ଜିଏଚ୍‌ରେ ଉପସ୍ଥିତ ଥିଲେ ସୁନ୍ଦରଗଡ଼ ଜିଲ୍ଲାପାଳ ଡକ୍ଟର ପରାଗ ହର୍ଷଦ ଗାଭାଲି, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ଆର୍‌ଜିଏଚ୍‌ର ନିର୍ଦ୍ଦେଶକ ଡାକ୍ତର ଡିବି ଦାସ, ଅଧୀକ୍ଷକ ଡାକ୍ତର ସୁଧାରାଣୀ ପ୍ରଧାନ, ଉପଅଧୀକ୍ଷକ ଡାକ୍ତର ପଣ୍ଡିତ ସାହୁ ଏବଂ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ। ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓ ୫ଟି ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ଆର୍‌ଜିଏଚ୍‌ରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଅବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ। ଉପଯୁକ୍ତ ଚିକିତ୍ସା ପାଇଁ କଣ ବ୍ୟବସ୍ଥା କରାଯାଉଛି? ସହରବାସୀଙ୍କୁ ଯୋଗାଣ ହେଉଥିବା ପାନୀୟ ଜଳ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କୁ ପଚାରିଥିଲେ। ଚିକିତ୍ସାଧୀନ ରୋଗୀ ଓ ସହରବାସୀଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମଧ୍ୟ ଆର୍‌ଜିଏଚ୍‌ର ନିର୍ଦ୍ଦେଶକ, ଅଧୀକ୍ଷକ ଓ ଅନ୍ୟ ଅଧିକାରୀଙ୍କ ସହ ଡାଇରିଆର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।