ଦେଶ ବିଦେଶ ସ୍ୱାସ୍ଥ୍ୟ

ତଳମୁହାଁ କରୋନା ଗ୍ରାଫ୍ , ଦେଶରେ ଗତ ୨୪ଘଣ୍ଟାରେ ୩୬୦୧୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ ୦୬।୧୨: ଦେଶରେ କରୋନା ଭାଇରସର ସଂକ୍ରମଣ ସଂଖ୍ୟା ବଢୁଛି-କମୁଛି । ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ୩୬,୦୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେତେବେଳେକି ଶନିବାର ଦିନ ୩୬,୬୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଶନିବାର ତୁଳନାରେ ରବିବାର ଦିନ ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଗତ ୨୪ଘଣ୍ଟାରେ ଦେଶରେ ୩୬,୦୧୧ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮୨ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୬ଲକ୍ଷ ପାର୍‌ ହୋଇଛି । ଏମାନଙ୍କ ମଧ୍ୟରୁ ୯୧ଲକ୍ଷ ଲୋକ ସୁସ୍ଥ ହୋଇ ଘରକୁ ଫେରିସାରିଛନ୍ତି । ଦେଶରେ ସୁସ୍ଥ ହୋଇଥିବା ଲୋକଙ୍କ ହାର ୯୪.୨୦ପ୍ରତିଶତ ରହିଛି । ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୪୪,୨୨୨ରେ ପହଞ୍ଚିଛି । ସେହିପରି ମୃତକଙ୍କ ସଂଖ୍ୟା ୧,୪୦,୧୮୨ରେ ପହଞ୍ଚିଛି ।

ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୯୧,୦୦,୭୯୨ରେ ପହଞ୍ଚିଛି । ଦେଶରେ ମୃତ୍ୟୁ ହାର ୧.୪୫ ରହିଛି । .ବର୍ତ୍ତମାନ ବର୍ତ୍ତମାନ କରୋନା ଆକ୍ଟିଭ୍‌ କେସ୍‌ ୪,୦୩,୨୪୮ରେ ରହିଛି । ଗତକିଛି ହେଲେ କରୋନାର ଆକ୍ଟିଭ୍‌ କେସ୍‌ ସଂଖ୍ୟା କମିବାରେ ଲାଗିଛି । ଲଗାତର ଆକ୍ଟିଭ୍‌ କେସ୍‌ ୫ଲକ୍ଷ ତଳେ ରହିଛି । ଗତ ୨୪ଘଣ୍ଟାରେ ୪୧,୯୭୦ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ