ଦେଶ ବିଦେଶ ସ୍ୱାସ୍ଥ୍ୟ

ତବଲିଗି ଜମାତ ମାମଲା: କୋଭିଡ୍‌ ମାର୍ଗଦର୍ଶିକା ଓ ଭିସା ନିୟମ ଉଲ୍ଲଂଘନ ଅଭିଯୁକ୍ତ ୩୬ଜଣ ବିଦେଶୀଙ୍କୁ ଦୋଷମୁକ୍ତ କଲେ ଦିଲ୍ଲୀ ଅଦାଲତ

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍‌ ମହାମାରୀ ବ୍ୟାପିବା ପରେ ଜାରି ହୋଇଥିବା ମାର୍ଗଦର୍ଶିକା ଏବଂ ଭିସା ନିୟମ ଉଲ୍ଲଂଘନ କରି ଜାତୀୟ ରାଜଧାନୀରେ ତବଲିଗି ଜମାତ ସମାବେଶରେ ଯୋଗ ଦେଇଥିବା ୩୬ଜଣ ବିଦେଶୀଙ୍କୁ ମଙ୍ଗଳବାର ଦିନ ଦିଲ୍ଲୀର ଏକ ଅଦାଲତ ଦୋଷମୁକ୍ତ କରିଛନ୍ତି। ସରକାରଙ୍କ ମାର୍ଗଦର୍ଶିକାକୁ ଅମାନ୍ୟ କରିଥିବାରୁ ସେମାନଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କରାଯାଇଥିଲା।

୧୪ଟି ଦେଶର ଏହି ବିଦେଶୀ ନାଗରିକମାନଙ୍କୁ ମଙ୍ଗଳବାର ଦିନ ଚିଫ୍‌ ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟ୍‌ ଅରୁଣ କୁମାର ଗର୍ଗ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି।
ଭାରତୀୟ ପିଙ୍ଗଳ କୋଡ୍‌ର ଧାରା ୧୮୮, ୨୬୯ ଏବଂ ଅନୁଚ୍ଛେଦ ୩ ଆଧାରରେ ଅଗଷ୍ଟ ୨୪ ତାରିଖ ଦିନ ଏହି ବିଦେଶୀମାନଙ୍କ ବିରୋଧରେ ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଥିଲା। ଏହାଛଡ଼ା, ସେମାନଙ୍କ ବିରୋଧରେ ବିପର୍ଯୟ ପରିଚାଳନା ଆଇନ ୨୦୦୫ର ଧାରା ୫୧ ମଧ୍ୟ ଏହି ଚାର୍ଜସିଟ୍‌ରେ ଲାଗୁ କରାଯାଇଥିଲା।

ଦିଲ୍ଲୀର ନିଜାମୁଦ୍ଦିନ୍‌ ଅଞ୍ଚଳରେ ଅନୁଷ୍ଠିତ ତବଲିଗି ଜମାତ ସମାବେଶରେ ଯେଉଁ ବିଦେଶୀମାନେ ଯୋଗ ଦେଇଥିଲେ ସେମାନେ ଭିସା ନିୟମ ମଧ୍ୟ ଉଲ୍ଲଂଘନ କରିବା ସହ କୋଭିଡ୍‌-୧୯ କଟକଣା ଅମାନ୍ୟ କରି ଧର୍ମ ପ୍ରସାର କାର୍ଯ୍ୟକଳାପରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହୋଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ