ମନୋରଞ୍ଜନ

ତତେ ଷୋହଳକୁ ମତେ ସତର

ନିକଟରେ ମୁନ୍ ଟିଭି ପକ୍ଷରୁ ଏକ ନୂଆ ସିନେମାର ଶୁଭ ମହୁରତ୍‌ ଅନୁଷ୍ଠିତ ହେଇଯାଇଛି। ସିନେମାର ଶୀର୍ଷକ ରହିଛି ‘ତତେ ଷୋହଳକୁ ମତେ ସତର’। ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ ଏହାର ପ୍ରଯୋଜନା କରୁଥିବା ବେଳେ ଏଇ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଅଶ୍ବିନୀ ଗଡ଼ନାୟକ। ଏଥିରେ ଚିତ୍ରନାଟ୍ୟ ପ୍ରସ୍ତୁତି ସହ ସଂଳାପ ରଚନା କରିଛନ୍ତି ରଜନୀ ରଂଜନ। ଓଡ଼ିଶାର ଗୁଣୁପୁର ଓ ଆନ୍ଧ୍ରପ୍ରଦେଶର ହାଇଦ୍ରାବାଦର ଭିନ୍ନ ଭିନ୍ନ ସ୍ଥାନରେ ଏହାର ସୁଟିଂ ହେବ ବୋଲି ଚଳଚ୍ଚିତ୍ରର କାର୍ଯ୍ୟନିର୍ବାହୀ ପ୍ରଯୋଜକ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ମୁନ୍ ଟିଭି ‘ତୁ ଚଗଲା ମୁଁ ଚଗଲି’ ଓ ‘ମୁଁ ତୁମକୁ ଭଲପାଏ ଲୁଚିଲୁଚିକା’ ଫିଲ୍ମ ନିର୍ମାଣ କରିଛି। ଦୁଇଟି ଯାକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ବିନି ପଟ୍ଟନାୟକ। ପ୍ରଯୋଜକ ସଚ୍ଚିକାନ୍ତ ଜେନା ପୂର୍ବରୁ ହାଏ ଡାର୍ଲିଂ, ଝିଅଟା ବିଗିଡ଼ିଗଲା, ବଜରଙ୍ଗୀ, ସୁନ୍ଦରଗଡ଼ର ସଲମାନ୍‌ ଖାନ୍ ଏବଂ ଲଭ୍ ଏକ୍ସପ୍ରେସ୍‌ ଆଦି ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଛନ୍ତି। ଏବେ ମୁନ୍ ଟିଭି ନିବେଦିତ ‘ହୀରାଲାଲ୍‌ ମୋତିଲାଲ୍‌’ ଓ ‘ଲଭ୍‌ ଫିଭର୍‌’ ଦୁଇଟି ଫିଲ୍ମ ମଧ୍ୟ ମୁକ୍ତିଲାଭ କରିବାକୁ ଯାଉଛି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ