ଅପରାଧ ରାଜ୍ୟ

ଢୋଲ ଭିତରେ ମୂଷା! ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ବୋର୍ଡ କର୍ମଚାରୀ ଗିରଫ

କଟକ: ‌ଢୋଲ ଭିତରେ ମୂଷା! ଜାଲ୍‌ ସାର୍ଟିଫିକେଟ ପ୍ରସ୍ତୁତ କରି ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ)ର ଜଣେ କର୍ମଚାରୀ ଗିରଫ ହୋଇଛନ୍ତି। ଗିରଫ କର୍ମଚାରୀ ହେଉଛନ୍ତି ଜମାଦାର ଭ୍ରମରବର ନାଏକ। ଓଏସ୍‌ଏସ୍‌ଟିଇଟି(ଓଡିଶା ସେକେଣ୍ଡାରୀ ସ୍କୁଲ୍‌ ଶିକ୍ଷକ ଯୋଗ୍ୟତା ପରୀକ୍ଷା)ର ଜାଲ୍‌ ସାର୍ଟିଫିକେଟ୍ ପ୍ରସ୍ତୁତ କରୁଥିବା ନେଇ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଛି। ଆଠଗଡ଼ସ୍ଥିତ ତାଙ୍କ ଘରୁ ପୁଲିସ ଜାଲ୍ ସାର୍ଟିଫିକେଟ ଏବଂ ବୋର୍ଡ ସମ୍ପାଦକଙ୍କ ଜାଲ୍‌ ଦସ୍ତଖତ ଓ ସିଲ୍ ଇତ୍ୟାଦି ମଧ୍ୟ ଜବତ କରିଛି। ଏହି ଜାଲ୍‌ ସାର୍ଟିଫିକେଟ୍ ପ୍ରସ୍ତୁତି ପଛରେ ଏକ ବଡ଼ ଗ୍ୟାଙ୍ଗ୍‌ କାମ କରୁଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

ସୂଚନା ଅନୁଯାୟୀ, ବୋର୍ଡର ସମ୍ପାଦକ ସୁମିତ୍ରା ସରକାର ଏହି ଜାଲ୍ ସାର୍ଟିଫିକେଟ କାରବାର ସଂପର୍କରେ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୁକ୍ତ ଭ୍ରମରବର କେନ୍ଦୁଝର ଆନନ୍ଦପୁର ଥାନା ଅନ୍ତର୍ଗତ ବରୁଆଁର ଶାରୀରିକ ଶିକ୍ଷାରେ ବିଏଡ୍ ପାଇଥିବା ପ୍ରାର୍ଥୀ ଦେବାଶିଷ ନାୟକଙ୍କୁ ୫୦ ହଜାର ଟଙ୍କା ମୂଲ୍ୟରେ ଜାଲ୍ ସାର୍ଟିଫିକେଟ୍ ବିକ୍ରି କରିଥିବା ନେଇ ସେ ଅଭିଯୋଗରେ ଦର୍ଶାଇଥିଲେ। ଗଲା ୨୧ ତାରିଖରେ ଏ ସଂକ୍ରାନ୍ତରେ ସମ୍ପାଦକ ମଙ୍ଗଳାବାଗ ଥାନାରେ ଏତଲା ଦେବାପରେ ପୁଲିସ ଦଫା ୪୨୦, ୪୬୫, ୪୬୭, ୪୬୮, ୪୭୧ରେ ଏକ ମାମଲା(୨୯୪) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଭ୍ରମରବରଙ୍କୁ ଗିରଫ କରିଛି।

ଏ ସଂପର୍କରେ ବୋର୍ଡର ସଭାପତି ରମାଶିଷ ହାଜରା କହିଛନ୍ତି ଯେ ସଂପୃକ୍ତ କର୍ମଚାରୀ ବ୍ୟକ୍ତିଗତ ଭାବେ ଏଭଳି କାର୍ଯ୍ୟ କରୁଥିଲା। ଏଥିରେ ବୋର୍ଡର କୌଣସି ପ୍ରକାର ସଂପୃକ୍ତି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ସେଥି‌ରେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଶ୍ରୀ ହାଜରା କହିବା ସହିତ ସଂପୃକ୍ତ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।