ରାଜ୍ୟ ସ୍ୱାସ୍ଥ୍ୟ

ଢେଙ୍କାନାଳରେ ୪ କଲେଜ ଛାତ୍ର କୋଭିଡ୍ ପଜିଟିଭ୍, ଟେଷ୍ଟ ପାଇଁ ପଠାଗଲା ୨୬୦ପିଲାଙ୍କ ସାମ୍ପଲ୍

ଢେଙ୍କାନାଳ ୩୦।୧୧: କୋଭିଡର ନୂଆ ଭରିଆଣ୍ଟ ଓମିକ୍ରନକୁ ନେଇ ସମସ୍ତଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ଏପରି ସ୍ଥଳେ ଗତ କିଛି ଦିନ ହେଲା ତଳମୁହାଁ ଥିବା ସଂକ୍ରମଣ ପୁଣି ବଢ଼ିବାରେ ଲାଗିଲାଣି । ଏପରିକି ସ୍କୁଲ କଲେଜ ଅଫଲାଇନ କ୍ଲାସ ଆରମ୍ଭ ହୋଇ ସାରିଥିବା ବେଳେ ଭୀମସାର କଲେଜ ପରେ ପରେ ଏପଟେ ଢେଙ୍କାନାଳରେ ୪ ଜଣ କଲେଜ ପିଲା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

ଢେଙ୍କାନାଳ ସହର କୁଞ୍ଜକାନ୍ତ ଅଂଚଳରେ ଥିବା ସାଇକୃପା ଆବାସିକ ମହାବିଦ୍ୟାଳୟ ନାମକ ଏକ ଘରୋଇ କଲେଜ ହଷ୍ଟେଲର ୪ ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାକୁ ନେଇ ଢେଙ୍କାନାଳରେ ସଂକ୍ରମଣ ଆଶଙ୍କା ବଢିଯାଇଛି । ଫଳରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସାଇକୃପା ଆବାସିକ କଲେଜର ଥିବା ୨୬୦ ଜଣ ପିଲାଙ୍କର କୋଭିଡ ଆରଟିପିସିଆର ଟେଷ୍ଟ ପାଇଁ ସାମ୍ପଲ ନିଆଯାଇ ପଠାଯାଇଥିବା ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରକାଶ କରିଛନ୍ତି ।

ଏପଟେ ଅଭିଭାବକମାନେ ନିଜ ନିଜ ପିଲାଙ୍କୁ ନେଇ ସଂକ୍ରମଣ ଆଶଙ୍କା କରି ନିଜ ଘରକୁ ନେଇ ଯାଇଥିବା ଜଣାପଡିଛି । ଫଳରେ ଏହି କଲେଜ ଖାଲି ହୋଇଯାଇଥିଲେ ମଧ୍ୟ ଆସିବାକୁ ଥିବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଉପରେ ସମସ୍ତଙ୍କର ନଜର ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ