ଅପରାଧ ରାଜ୍ୟ

ଢେଙ୍କାନାଳରେ ଅଭାବନୀୟ ଘଟଣା, ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଠାବ, ଫରେନ୍ସିକ ଟିମର ତଦନ୍ତ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ ତିନୋଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଖରୀ ନିକଟରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଖବର ପାଇ ସଦର ଥାନା ପୁଲିସ ପହଂଚି ଶିଶୁ ମାନଙ୍କର ମୃତଦେହକୁ ଉଦ୍ଧାର କରିଛି। ପୁଲିସ ଫରେନ୍ସିକ ଟିମ ମାଧ୍ୟମରେ ଘଟଣାର ତଦନ୍ତ ଆରମ୍ଭ କରିଛି।

ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ଏବେ ସନ୍ଦେହ ଘେରରେ ରହିଛି। ଏକ କାଳିନ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀଙ୍କ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଶିଶୁ ଗୁଡିକ ପ୍ରି ମଚ୍ୟୁଅର ହୋଇଥିବାରୁ ପୁଅ କି ଝିଅ ତାହା ଜଣା ପଡୁନାହିଁ । ଫଳରେ ଲିଙ୍ଗ ଯାଞ୍ଚ ପାଇଁ ପୁଲିସ ଫରେନ୍ସିକ ଲାବ୍ରୋଟାରିକୁ ପଠାଇବ ବୋଲି ସୂଚନା ମିଳିଛି । ତେବେ ଗ୍ରାମରେ ଡାକ୍ତରଖାନା ନଥିବା ବେଳେ କୌଣସି ପ୍ରସୂତି ମହିଳା ମୃତ ଶିଶୁ ଜନ୍ମ ହେବା କିମ୍ବା ଘରୋଇ ବେଆଇନ ଗର୍ଭପାତ କରି ପକାଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ ମଧ୍ୟ ସେହି ଦିଗରେ ତଦନ୍ତ କରୁଛି।

ଏ ସମ୍ପର୍କରେ ପୁଲିସ କିଛି ପାଟି ଖୋଳୁନଥିବାବେଳେ ଗ୍ରାମବାସୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ଏକ ସଂମ୍ବେଦନ ଶୀଳ ଘଟଣା ଓ ଏହା ଗ୍ରାମରେ ପ୍ରଥମ ହୋଇଥିବାବେଳେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।