ରାଜ୍ୟ ସ୍ପେଶାଲ ରିପୋର୍ଟ

ଡ୍ରୋନ୍‌ ସାହାଯ୍ୟରେ ଦୁର୍ଗମ ଅଂଚଳରେ ପହଞ୍ଚିବ ଔଷଧ, ଆଜି ହେବ ଉଦଘାଟନ

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଔଷଧ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନର ସହଯୋଗ ନେବ।ୟୁଏସଏଡ ଏବଂ ରେଡୱିଙ୍ଗ୍‌ ସଂସ୍ଥାର ସହଯୋଗରେ ଜିଲ୍ଲା ପ୍ରଶାସନ ପ୍ରଥମ କରି ଶୁକ୍ରବାର ଠାରୁ ଜିଲ୍ଲାର ଦୁଇଟି ବ୍ଲକ କଲ୍ୟାଣସିଂହପୁର ଏବଂ ଗୁଡାରି ମେଡିକାଲକୁ ଔଷଧ ପଠାଇବ। ଏହା ସଫଳ ହେବା ପରେ ଜିଲ୍ଲାର ସମସ୍ତ ବ୍ଲକ ସହ ଦୁର୍ଗମ ଅଂଚଳକୁ ଔଷଧ ପଠାଯିବ ବୋଲି ଜଣାପଡିଛି। ଡ୍ରୋନ ଯୋଜନାରେ ଏହି କାର୍ଯ୍ୟକ୍ରମ ଶୁକ୍ରବାର ଉଦଘାଟନ କରାଯିବ ବୋଲି ଜଣାପଡିଛି।

ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ପ୍ରତ୍ୟକ୍ଷ ନେତୃତ୍ବରେ ଏହି ଭଳି ଏକ ଅଭିନବ ଯୋଜନା ଆରମ୍ଭ କରାଯାଇଛି। ଏହା ସଂପୂର୍ଣ୍ଣଭାବେ ଜିଲ୍ଲା ପ୍ରଶାସନର ନିୟନ୍ତ୍ରଣରେ ହେବ। ଆସନ୍ତା କିଛି ଦିନ ପାଇଁ ଜିଲ୍ଲାର ଏହି ଦୁଇଟି ବ୍ଲକରେ ଡ୍ରୋନ ସାହାଯ୍ୟରେ ଔଷଧ ପଠାଯିବାର ବ୍ୟବସ୍ଥା କରାଯାଇଛି। ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ବସିସ ଜଣେ ଅଭିଜ୍ଞ ବ୍ୟକ୍ତି ଏହି ଡ୍ରୋନକୁ ପରିଚାଳନା କରିବେ। ଡ୍ରୋନରେ ସମସ୍ତ ପ୍ରକାର ଔଷଧ ଗଚ୍ଛିତ କରି ରଖିବା ପରେ ଡ୍ରୋନକୁ ବ୍ଲକ ସଦର ମହକୁମାମାନଙ୍କୁ ପଠାଯିବ। ଏଥିରେ ସମୟର ଉପଚାର ହେବ ନାହିଁ ବୋଲି କୁହାଯାଇଛି। ଅବିଭକ୍ତ କୋରାପୁଟ ଜିଲ୍ଲାର ରାୟଗଡାରେ ପ୍ରଥମ କରି ଏଭଳି ଅଭିନବ ଯୋଜନା କେତେ ସଫଳ ହେବ ଦେଖିବାକୁ ବାକି ରହିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।