ଦେଶ ବିଦେଶ ମନୋରଞ୍ଜନ

ଡିସେମ୍ବର ୪ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା

ମୁମ୍ବାଇ: ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭାରତୀ ଗଞ୍ଜେଇ ଟାଣୁଥିବା କଥା ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା ଏନସିବି। ଗିରଫ ପରେ ଦୁହିଁଙ୍କୁ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର କରାଯାଇଥିବା ବେଳେ ଡିସେମ୍ବର ୪ପର୍ଯ୍ୟନ୍ତ ଦୁହିଁଙ୍କୁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ଅଦାଲତ। ଏନେଇ ଭାରତୀଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ ବି ଆଜି ଛୁଟି ଥିବାରୁ ଆସନ୍ତାକାଲି ଜାମିନ ଆବେଦନ ଉପରେ ଶୁଣାଣି ହେବ।

ସୂଚନା ମୁତାବକ, ‘ନାର୍କୋଟିକ୍ସ୍‍ କଣ୍ଟ୍ରୋଲ୍‌ ବ୍ୟୁରୋ’ ୧୫ ଘଣ୍ଟା ଧରି ପଚରା ଉଚୁରା କରିବା ପରେ ୩୩ ବର୍ଷିୟ ଚିତ୍ରନାଟ୍ୟ ଲେଖକ, ପ୍ରଯୋଜକ ଏବଂ ଟିଭି କଳାକାର ଲିମ୍ବାଚିୟାଙ୍କୁ ହାଜତକୁ ନେଇଥଲା। ଶନିବାର ଦିନ ପତ୍ନୀ ଭାରତୀ ସିଂହଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଦୁହିଁଙ୍କୁ ଡାକ୍ତରୀ ପରୀକ୍ଷା ନିମନ୍ତେ ନିଆଯାଇ ପରେ କୋର୍ଟରେ ହାଜର କରାଯାଇଥିଲା।

ଶନିବାର ଦିନ ଅନ୍ଧେରୀସ୍ଥିତ ଏକ ଆପାର୍ଟମେଣ୍ଟ୍‌ ପରିସରରେ ଥିବା ଦମ୍ପତିଙ୍କ ବାସଭବନ ତଲାସ କରି ମାଦକଦ୍ରବ୍ୟ-ନିରୋଧୀ ଏଜେନ୍ସି ସ୍ୱଳ୍ପ ପରିମାଣର ଗଞ୍ଜେଇ (୮୬.୫ ଗ୍ରାମ୍‌) ଉଦ୍ଧାର କରିଥିଲା। ଏହାପରେ ପଚରା ଉଚୁରା ନିମନ୍ତେ ତାଙ୍କୁ ‘ଏନ୍‌ସିବି’ର ମୁମ୍ବାଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ‘ଏନ୍‌ସିବି’ କହିବା ଅନୁସାରେ, ପଚରାଉଚୁରା ସମୟରେ ଶ୍ରୀମତୀ ସିଂହ ଏବଂ ଶ୍ରୀ ଲିମ୍ବାଚିୟା ଗଞ୍ଜେଇ ଟାଣୁଥିବା କଥା ସ୍ୱୀକାର କରିଥିଲେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ