କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଡିସେମ୍ବର ୨୯ରୁ ଖୋଲିବ ଯାଜପୁରର ମା’ ବିରଜା ମନ୍ଦିର

ଯାଜପୁର: ଦୀର୍ଘ ଦଶ ମାସ ପରେ ମା’ ବିରଜା ମନ୍ଦିର ଖୋଲିବା ନେଇ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଆଗାମୀ ଡିସେମ୍ବର ୨୯ ତାରିଖରୁ ଯାଜପୁରର ମା’ ବିରଜା ମନ୍ଦିର ଖୋଲିବ ବୋଲି ଜଣାଯାଇଛି। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂହ ର‍ାଠୋର ସୂଚନା ଦେଇଛନ୍ତି। କିନ୍ତୁ ଗହଳିକୁ ଏଡ଼ାଇବା ଲାଗି ଜାନୁଆରୀ ୧,୨ ଓ ୩ ତାରିଖରେ ମା’ ବିରଜା ମନ୍ଦିର ବନ୍ଦ ରହିବ ବୋଲି ସେ କହିଛନ୍ତି।

ସକାଳ ୬ଟାରୁ ସନ୍ଧ୍ୟା ୫ଟା ଯାଏଁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ମା’ଙ୍କ ଦର୍ଶନ କରିପାରିବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ମନ୍ଦିର ମଧ୍ୟରେ କୌଣସି ବିବାହ କାର୍ଯ୍ୟ କରାଯିବ ନାହିଁ କେବଳ ପିଣ୍ଡଦାନ ହୋଇପାରିବ। ତେବେ ଏହି ସମୟରେ କୋଭିଡ ନିୟମ ପାଳନକୁ କଡ଼ାକଡ଼ି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲାର ଅନ୍ୟ ମନ୍ଦିର ଖୋଲିବା ନେଇ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନିଆଯିବା ବୋଲି ଜିଲ୍ଲାପାଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ୨୦୨୧ ଜାନୁଆରି ୩ ତାରିଖ ଠାରୁ ଜଗତସିଂହପୁର ଜିଲ୍ଲାର ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ ବୋଲି ଜଣାଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
କଳା ଓ ସଂସ୍କୃତି

ରୁଦ୍ରାକ୍ଷ ଧାରଣ କରିବା ପୂର୍ବରୁ ଜାଣନ୍ତୁ ଏହାର ଧାର୍ମିକ ମହତ୍ୱ

ରୁଦ୍ରାକ୍ଷ ଏକମାତ୍ର ଏମିତି ଫଳ ଯାହାର ଧର୍ମ, କର୍ମ, ଅର୍ଥ ଏବଂ ମୋକ୍ଷ ପ୍ରଦାନ କରିବାରେ ମହତ୍ଵପୁର୍ଣ ଭୂମିକା ରହିଛି | ଶିବ ପୁରାଣ, ପଦ୍ମା ପୁରାଣ,