ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଡିସେମ୍ବର ୧୪ରୁ ଖୋଲିବ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ସ୍କୁଲ, କୋଭିଡ୍-୧୯ ରିପୋର୍ଟ ବାଧ୍ୟତାମୂଳକ, ଏହି ରାଜ୍ୟ ସରକାରଙ୍କ ଘୋଷଣା

ଚଣ୍ଡିଗଡ ୧୦/୧୨ : ହରିୟାଣାରେ ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଆସନ୍ତା ଡିସେମ୍ବର ୧୪ରୁ ରାଜ୍ୟର ସମସ୍ତ ସରକାରୀ ଏବଂ ବେସରକାରୀ ସ୍କୁଲ ଖୋଲାବାକୁ ନିଷ୍ପତ୍ତି ନେଇଛି ହରିୟାଣା ସ୍କୁଲ ଶିକ୍ଷା ବିଭାଗ । ପ୍ରତିଦିନ ୩ ଘଣ୍ଟା ପାଇଁ ଶିକ୍ଷା ଦାନ କରାଯିବ । କୋଭିଡ-୧୯ ଗାଇଡଲାଇନ୍ ପାଳନ କରି ୧୦ମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ କୁହାଯାଇଛି ।

ତେବେ ନବମ ଏବଂ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଡିସେମ୍ବର ୨୧ରୁ ଆରମ୍ଭ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କରୋନା ପରୀକ୍ଷାର ଡାକ୍ତରୀ ସାର୍ଟିଫିକେଟ ଦେବା ପରେ ପିଲାମାନଙ୍କୁ କ୍ଲାସ କରିବା ପାଇଁ ଅନୁମତି ମିଳିବ ବୋଲି କୁହାଯାଇଛି ।

କରୋନା ଭାଇରସକୁ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ମାର୍ଚ୍ଚ ମାସ ଯାଏଁ ସ୍କୁଲ ବନ୍ଦ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେବଳ ଅନଲାଇନ୍ କ୍ଲାସ ପାଇଁ ଅନୁମତି ମିଳିଛି । ତେବେ କିଛି ସପ୍ତାହ ପୂର୍ବରୁ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ପିଲାମାନଙ୍କୁ ଶାରୀରିକ ଭାବେ ସ୍କୁଲ ଆସିବା ନେଇ ନିଷ୍ପତ୍ତି ନେବାକୁ କହିଥିଲେ । ତାହାକୁ ଆଧାର କରି ସରକାର କେବଳ ୧୦ମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି