ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଡିସେମ୍ବର ୧ରୁ ହେବାକୁ ଯାଉଛି ୪ଟି ପରିବର୍ତ୍ତନ, ମହଙ୍ଗା ହୋଇପାରେ ଏହି ସବୁ ଜିନିଷର ଦାମ

ନୂଆଦିଲ୍ଲୀ ୨୯/୧୧ : ଡିସେମ୍ବର ୧ ରୁ ଦେଶରେ ଅନେକ କିଛି ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ସାଧାରଣ ଲୋକଙ୍କ ଉପ​‌ରେ ପଡିବାକୁ ଯାଉଛି । ଯଦି ଆପଣଙ୍କ ପାଖରେ ଏହାକୁ ନେଇ ସୂଚନା ନାହିଁ ତେବେ ଡିସେମ୍ବର ୧ ତାରିଖରୁ ଆପଣ ଅନେକ ସମସ୍ୟାର ସାମ୍ନା କରିପାରନ୍ତି । ମୋଟାମୋଟି ଭାବେ ଡିସେମ୍ବର ୧ ତାରିଖରୁ ୪ ଜିନିଷ ବଦଳିବାକୁ ଯାଉଛି ।

୨୪ଘଣ୍ଟିଆ RTGS ସୁବିଧା

ଡିସେମ୍ବର ମାସରୁ ଗ୍ରାହକମାନଙ୍କ ପାଇଁ ୨୪ ଘଣ୍ଟିଆ ରିୟଲ ଟାଇମ୍ ଗ୍ରୋସ ସେଟେଲମେଣ୍ଟ୍ ବା RTGS ସୁବିଧା ଉପଲବ୍ଧ ହେବ । ଭାରତୀୟ ରିଜର୍ଭ ବ୍ୟାଙ୍କ୍ କହିଛି ଯେ, ଡିସେମ୍ବର ୧ ତାରିଖରୁ RTGS କାରବାରର ସୁବିଧା ୨୪ ଘଣ୍ଟିଆ ଉପଲବ୍ଧ ହେବ । କରୋନା ମହାମାରୀ ସମୟରେ ଅନଲାଇନ କାରବାର ବ୍ୟାପକ ଭାବେ ବୃଦ୍ଧି ପାଇଛି । ଏହା ପୂର୍ବରୁ NEFT ନିୟମରେ ମଧ୍ୟ ଅଦଳବଦଳ କରିଥିଲା ଆରବିଆଇ । NFET ସୁବିଧା ଡିସେମ୍ବର ୨୦୧୯ରୁ ୨୪ ଘଣ୍ଟିଆ କରାଯାଇଥିଲା । ସୂଚନା ଅନୁଯାୟୀ ମାସର ଦ୍ବିତୀୟ ଏବଂ ଚତୁର୍ଥ ଶନିବାରକୁ ଛାଡି ସମସ୍ତ କାର୍ଯ୍ୟ ଦିବସରେ ସକାଳ ୭ ଟାରୁ ସନ୍ଧ୍ୟା ୬ ଟା ଯାଏଁ RTGS ସବିଧା ଉପଲବ୍ଧ ହେଉଥିଲା । ତେବେ ଆସନ୍ତା ମାସରୁ ଏହି ନିୟମରେ ପରିବର୍ତ୍ତନ କରାଯାଇ RTGS ସୁବିଧା ୨୪ ଘଣ୍ଟିଆ କରାଯିବ ।

ଡିସେମ୍ବରରୁ ଏହି ସବୁ ରୁଟରେ ଚାଲିବ ଟ୍ରେନ୍

କରୋନା ମହାମାରୀ ସମୟରେ ଏବେ ମଧ୍ୟ ଅନେକ ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ଡିସେମ୍ବର ୧ରୁ ଅନେକ ରୁଟରେ ଟ୍ରେନ ଚଳାଚଳ ଆରମ୍ଭ ହେବ । ଯାତ୍ରୀଙ୍କ ପାଇଁ ଝେଲମ ଏକ୍ସପ୍ରେସ୍ ଏବଂ ପଞ୍ଜାବ ମେଲ ଟ୍ରେନ ସେବା ଆରମ୍ଭ ହେବ । ରେଳ ବିଭାଗ କହିଛି ଏହି ଦୁଇଟି ଟ୍ରେନକୁ ସ୍ଥିତି ଅନୁଧ୍ୟାନ କରାଯାଇ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି ।

PNB ଏଟିଏମରୁ ଟଙ୍କା ଉଠାଇବା ନିୟମରେ ପରିବର୍ତ୍ତନ

ପଞ୍ଜାବ​‌ ନେସନାଲ ବ୍ୟାଙ୍କ୍ ଡିସେମ୍ବର ୧ ତାରିଖରୁ ଏଟିଏମ ଜରିଆରେ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିବ । ବ୍ୟାଙ୍କର ନୂଆ ନିୟମରେ ରହିଛି ଯେ, ଟଙ୍କା ଉଠାଣ ସମୟ​ରେ ଉପଭୋକ୍ତାଙ୍କ ମୋବାଇଲକୁ OTP ଯିବ । ତେବେ ATM ରେ OTP ପ୍ରୟୋଗ କରିବା ପରେ ହିଁ ଟଙ୍କା ଉଠାଇ ଦେବ । ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ OTP ନିୟମ ଲାଗୁ ହେବ । ‌

ବଢିପାରେ ଗ୍ୟାସ ସିଲିଣ୍ଡରର ଦାମ

ସରକାରୀ ତେଲ କମ୍ପାନୀ ପ୍ରତି ମାସ ପହିଲାରେ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ ସମୀକ୍ଷା କରନ୍ତି । ତେବେ ଶୁଣା ଯାଉଛି ଡିସେମ୍ବର ୧ରୁ ଏଲପିଜି ସିଲିଣ୍ଡର ଦାମ ବଢିପାରେ । ନଭେମ୍ବର ମାସରେ ତେଲ କମ୍ପାନୀ ଗୁଡିକ ବାଣିଜ୍ୟିକ ସିଲିଣ୍ଡର ଦାମ ବୃଦ୍ଧି କରିଥିଲେ ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ