ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡିସେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ରାତି ଓ ସକାଳ ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା ହୋଇପାରେ

ନୂଆଦିଲ୍ଲୀ: ଡିସେମ୍ବର ମାସରୁ ଫେବ୍ରୁଆରି ମାସ ପର୍ଯ୍ୟନ୍ତ ଉତ୍ତର, ଉତ୍ତରପଶ୍ଚିମ, କେନ୍ଦ୍ରୀୟ ଏବଂ ପୂର୍ବ ଭାରତର କେତେକ ଅଞ୍ଚଳରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବା ବେଳେ ରାତିରେ ଓ ବଡ଼ି ସକାଳେ ସ୍ୱାଭାବିକ ଠାରୁ ଅଧିକ ଥଣ୍ଡା ଅନୁଭୂତ ହୋଇପାରେ। ରବିବାର ଦିନ ଭାରତୀୟ ପାଣିପାଗ ସଂସ୍ଥାନ ପ୍ରକାଶ କରିଥିବା ତ୍ରୈମାସିକ ଋତୁକାଳୀନ ପୂର୍ବାନୁମାନରୁ ଏକଥା ଜଣାପଡ଼ିଛି।

ଉତ୍ତରପୂର୍ବ ଭାରତର ଅଧିକାଂଶ ଅଞ୍ଚଳ ଏବଂ ପଶ୍ଚିମ ଉପକୂଳ ଏବଂ ଦକ୍ଷିଣ ଉପଦ୍ୱୀପ ଭାରତରେ ସ୍ୱାଭାବିକ ସର୍ବନିମ୍ନ ତାପମାତ୍ରା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବାର ସମ୍ଭାବନା ଥିବା କଥା ଏହି ପୂର୍ବାନୁମାନରେ ଉଲ୍ଲେଖ ଅଛି। ଅର୍ଥାତ୍‌ ଭାରତର ଏହି ସବୁ ଅଞ୍ଚଳରେ ରାତି ଏବଂ ବଡ଼ି ସକାଳେ ଅଳ୍ପ ଥଣ୍ଡା ଅନୁଭୂତ ହୋଇପାରେ।

୨୦୦୩ରୁ ୨୦୧୮ ଏହି ୧୬ ବର୍ଷର ପୂର୍ବାନୁମାନ ଆଧାରିତ ‘ମନ୍‌ସୁନ୍‌ ମିସନ୍‌ କପଲଡ୍‌ ଫୋର୍‌କାଷ୍ଟିଙ୍ଗ୍‌ ସିଷ୍ଟମ୍‌’ ମଡେଲ୍‌କୁ ଆଧାର କରି ‘ଆଇଏମ୍‌ଡି’ ଏ ବର୍ଷ ଶୀତାକାଳୀନ ତାପମାତ୍ରାର ପୂର୍ବାନୁମାନ କରିଛି।

ଏହି ମଡେଲ୍‌ ଅନୁସାରେ, ପଞ୍ଜାବ, ହରିୟାଣା, ଦିଲ୍ଲୀ, ଉତ୍ତର ପ୍ରଦେଶର ଅଧିକାଂଶ ଅଞ୍ଚଳ, ବିହାର ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ସାଧାରଣ ଦିନର ସର୍ବାଧିକ ତାପମାତ୍ରା ହାରାହାରି ୦.୫୭-୧ ଡିଗ୍ରି ସେଣ୍ଟିଗ୍ରେଡ୍‌ରୁ ଉପରେ ରହିବ। ତେଣୁ ଏହିସବୁ ଅଞ୍ଚଳରେ ଦିନବେଳା ଆକାଶ ନିର୍ମଳ ରହିବାର ସୂଚନା ମିଳୁଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ