ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ପୋଲିସ, ୨ ଜଣ ଗିରଫ, ବାକି ଫେରାର

ସୁନ୍ଦରଗଡ଼ ୦୯।୦୬ : ସୁନ୍ଦରଗଡ଼ର ବିଭିନ୍ନ ସ୍ଥାନରେ ଚଢାଉ । ଧଳାଜହର ବିକ୍ରି କରୁଥିବା ବେଳେ ୨ଜଣ ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୩୯.୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ଦେଢଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ । ଏନେଇ ପ୍ରେସମିଟ୍‌ ଜରିଆରେ ସୂଚନା ଦେଇଛନ୍ତି ଏସ୍‌ପି ।

ଖବର ଅନୁଯାୟୀ, ରାଉରକେଲା ନାଲାରୋଡ଼ ଅଞ୍ଚଳର ୨ଜଣ ଯୁବକ ଗୁରୁବାର ସକାଳ ସମୟରେ ଏକ ବାଇକ୍‌ରେ ସୁନ୍ଦରଗଡ଼ ଆସିଥିଲେ ଧଳାଜହରକୁ ବିକ୍ରି କରିବା ଲାଗି । ସେଠାରେ ୫ଜଣ ଯୁବକଙ୍କୁ ବିକ୍ରି କରିବାକୁ ସେମାନେ ଯୋଜନା କରୁଥିବା ବେଳେ ମାଡିବସିଥିଲା ପୋଲିସ । ମାମଲାରେ ୨ଜଣଙ୍କୁ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ବାକି ସମସ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି କହିଛନ୍ତି । ଏହାସହ ଏହି ମାମଲାରେ ସଂପୃକ୍ତ ଅଭିଯୁକ୍ତମାନଙ୍କର ସମ୍ପତ୍ତ ଜବତ ନେଇ ଖୁବଶୀଘ୍ର ଯୋଜନା ନିଆଯିବ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।