ଅପରାଧ ରାଜ୍ୟ

ଡିଲ୍‌ ବେଳେ ମାଡିବସିଲା ଏସ୍‌ଟିଏଫ୍‌, ଦୁଇ ବଜ୍ରକାପ୍ତା ବେପାରୀ ଗିରଫ

ସୋନପୁର ୧୯।୦୬ : ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲା ଏସଟିଏଫ୍‌। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି STFl ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି l

ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ପଞ୍ଝା ରେ ଦୁଇଜଣ ଦଲାଲ ଧରାପଡ଼ିଛନ୍ତି l ଗିରଫ ଦୁଇ ଜଣ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶୀ ଓ ଡୁଡୁକା ଗାଁର ଜୟକୁମାର ପଟେଲ l ବଜ୍ରକାପ୍ତାର ଓଜନ ୮ କେଜି ୯୦୦ ଗ୍ରାମ୍ l ବଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା କରାଯାଇଛି l ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଛେଳିଆ ଜଙ୍ଗଲରୁ ଶଙ୍ଖୁଆ ଗ୍ରାମର ଅଶୋକ ବିଶି ଏହାକୁ ଧରି ଆଣିଥିବା ଜଣାଯାଇଛି l ବଜ୍ରକାପ୍ତାଟିକୁ ଜଙ୍ଗଲରୁ ଧରିବା ପରେ ବିକ୍ରି ପାଇଁ ଦୁଇଜଣ ବ୍ୟକ୍ତି ଏକ ବସ୍ତାରେ ଧରି ଆସିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।