ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଜେପି ଯୁବମୋର୍ଚ୍ଚା ନେତ୍ରୀ ତଥା ସୋସିଆଲ ମିଡିଆ ମୁଖ୍ୟ ଡ. ରିଚା ରାଜପୁତଙ୍କ ବିରୋଧରେ ଆଜି ମାମଲା ରୁଜୁ ହୋଇଛି । ସମାଜବାଦୀ ପାର୍ଟି ନେତ୍ରୀ ଡିମ୍ପଲ ଯାଦବଙ୍କ ବିରୋଧରେ ଅପମାନଜନକ ଭାଷା ବ୍ୟବହାର କରିଥିବା ଅଭିଯୋଗରେ ରିଚାଙ୍କ ବିରୋଧରେ ଏଫ୍ଆଇଆର ରୁଜୁ ହୋଇଛି । ଆଇପିସି ଏବଂ ଆଇଟି (ସଂଶୋଧନ) ଅଧିନିୟମ, ୨୦୦୮ର ବିଭିନ୍ନ ଧାରାରେ ଏଫ୍ଆଇଆର୍ ରୁଜୁ ହୋଇଥିବା ଜଣାପଡ଼ିଛି ।
ତେବେ ରିଚାଙ୍କ ଟ୍ବିଟ୍ ପୂର୍ବରୁ ତାଙ୍କ ବିରୋଧରେ ଅନେକ ସପା ନେତା ଆପତ୍ତିଜନକ ଟ୍ବିଟ୍ କରିଥିବାରୁ ସେ ଏହାର ଜବାବରେ ଟ୍ବିଟ୍ କରିଥିବା କହିଛନ୍ତି। ଗତ ୪ ତାରିଖରେ ମଧ୍ୟ ରିଚା ତାଙ୍କ ବିରୋଧରେ ତୁହାକୁ ତୁହା ଆପତ୍ତିଜନକ ଟିପ୍ପଣୀ ଦେଇଥିବା ସପା ନେତା ତଥା ସପା ମିଡିଆ ସେଲ୍ ମୁଖ୍ୟ ମନିଷ ଜଗନଙ୍କ ବିରୋଧରେ ଏଫ୍ଆଇଆର୍ ଦାଖଲ କରିଥିଲେ । ପୁଲିସ ମନିଷଙ୍କୁ ଗିରଫ କରିଥିବା ବେଳେ ଆଜି ସପା ପକ୍ଷରୁ ରିଚାଙ୍କ ଗିରଫଦାରୀ ଦାବି ଜୋର୍ଦାର ହୋଇଛି।