ଦେଶ ବିଦେଶ

ଡିଏମ୍‌କେ ସରକାରୀ ବିଜ୍ଞାପନରେ ଚୀନ୍‌ ପତାକା: ଭର୍ତ୍ସନା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦକ୍ଷିଣ ରାଜ୍ୟରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଦ୍ବିତୀୟ ମହାକାଶବନ୍ଦରର ବିଜ୍ଞାପନରେ ଚୀନ୍ ପତାକା ଥିବା ରକେଟ୍ ଲଗାଯାଇଥିବା ଦେଖିବାକୁ ମିଳିବା ପରେ ତାମିଲନାଡୁ ସରକାର ଲଜ୍ଜିତ ହୋଇଛନ୍ତି। ରାଜ୍ୟ ମତ୍ସ୍ୟମନ୍ତ୍ରୀ ଅନିତା ରାଧାକ୍ରିଷ୍ଣନଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ବିଜ୍ଞାପନର ଉଦ୍ଦେଶ୍ୟ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଲାସେକରପଟ୍ଟିନମ୍‌ରେ ଇସ୍ରୋ ମହାକାଶବନ୍ଦର ପାଇଁ କରୁଥିବା ଶିଳାନ୍ୟାସ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧି ଓ ତାଙ୍କ ପୁଅ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନଙ୍କ ପ୍ରୟାସ ଉପରେ ଆଲୋକପାତ କରିବା। କିନ୍ତୁ ଏଥିରେ ଚୀନ୍ ଜାତୀୟ ପତାକା ଲାଗିଥିବା କମ୍ପ୍ୟୁଟର ନିର୍ମିତ ରକେଟ୍ ଦେଖିବାକୁ ମିଳିଥିଲା, ଯାହାକୁ ବିଜେପି ପକ୍ଷରୁ କଠୋର ସମାଲୋଚନା କରାଯାଇଛି। ଡିଏମ୍‌କେକୁ ଭର୍ତ୍ସନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଏମ୍‌କେର ଏଭଳି ଆଭିମୁଖ୍ୟ ନିନ୍ଦନୀୟ ଏବଂ ଏହା ସୀମା ଅତିକ୍ରମ କରିଛି। ଡିଏମ୍‌କେ ଏପରି ଏକ ଦଳ ଯିଏ କୌଣସି କାମ କରେ ନାହିଁ ବରଂ ମିଛ ଶ୍ରେୟ ନେବାକୁ ଆଗେଇ ଆସେ।

ଏବେ ସେମାନେ ଅନର୍ଥକର କାର୍ଯ୍ୟକରି ସୀମା ଅତିକ୍ରମ କରିଛନ୍ତି। ତାମିଲନାଡୁରେ ଇସ୍ରୋ ଲଞ୍ଚପ୍ୟାଡର ଶ୍ରେୟ ନେବା ପାଇଁ ସେମାନେ ଚୀନ୍‌ର ଷ୍ଟିକର ଲଗାଇଛନ୍ତି ବୋଲି ତିରୁନେଲଭେଲିରେ ଏକ ଜନସଭାରେ ପ୍ରଧାନମନ୍ତ୍ରୀ କହିଛନ୍ତି। ସେମାନେ ଭାରତର ମହାକାଶର ଅଗ୍ରଗତି ଦେଖିବାକୁ ପ୍ରସ୍ତୁତ ନୁହନ୍ତି ଏବଂ ଆପଣ ଦେଉଥିବା ଟିକସରେ ସେମାନେ ବିଜ୍ଞାପନ ଦିଅନ୍ତି ଏବଂ ଏଥିରେ ଭାରତର ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ କରନ୍ତି ନାହିଁ ବୋଲି ସେ କହିଛନ୍ତି। ସ୍ଥାନୀୟ ଦୈନିକ ଖବରକାଗଜରେ ପ୍ରକାଶିତ ଏହି ବିଜ୍ଞାପନକୁ ବିଜେପି ରାଜ୍ୟ ସଭାପତି କେ ଆନ୍ନାମଲାଇ ନିନ୍ଦା କରିବା ସହ ଡିଏମ୍‌କେ ଦେଶର ସାର୍ବଭୌମତ୍ୱ ପ୍ରତି ଅବମାନନା ପ୍ରଦର୍ଶନ କରୁଥିବା ଅଭିଯୋଗ କରିଛନ୍ତି। ଆନ୍ନାମଲାଇ ଏକ୍ସରେ କହିଛନ୍ତି, ଏହି ବିଜ୍ଞାପ ହେଉଛି ଚୀନ୍‌ ପ୍ରତି ଡିଏମ୍‌କେ ପ୍ରତିବଦ୍ଧତାର ଏକ ପ୍ରତିଫଳନ। ଏହା ଡିଏମ୍‌କେର ଦେଶବିରୋଧୀ ଚରିତ୍ରକୁ ପ୍ରମାଣିତ କରେ ବୋଲି ଆନ୍ନାମଲାଇ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ