ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ଡିଏଭି କଲେଜରେ ଚିହ୍ନଟ ହେଲେ ୪ କୋଭିଡ୍ ପଜିଟିଭ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଶିଲା ଛନକା

ଟିଟିଲାଗଡ଼: ପୁଣି ଚିନ୍ତା ବଢ଼ାଇଲା କରୋନା। କଲେଜ କ୍ୟାମ୍ପସରୁ ଚିହ୍ନଟ ହେଲେ ୪ ସଂକ୍ରମିତ। ଅଧ୍ୟାପକ ଓ ଛାତ୍ରଛାତ୍ରୀ ମଧ୍ୟରେ ପଶିଲା ଛନକା। ଟିଟିଲାଗଡ଼ ଡିଏଭି କଲେଜରେ ଏକ ସପ୍ତାହ ମଧ୍ୟରେ ୩ ଜଣ ଅଧ୍ୟାପକ ଓ ଜଣେ ଅଣଶିକ୍ଷକ କରୋନ ସଂକ୍ରମଣି ହୋଇଛନ୍ତି। ଏନେଇ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। କଲେଜ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ କରାଯାଇ ସମସ୍ତ ଅଧ୍ୟାପକ, ଶିକ୍ଷକ, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ କୋଭିଡ ଟେଷ୍ଟିଂ ସହ ଟ୍ରକିଂ ଆରମ୍ଭ କରାଯାଇଛି।

ସୂଚନା ମୁତାବିକ, ଡିଏଭି କଲେଜରେ ୩ହଜାର ଛାତ୍ରଛାତ୍ରୀ ଓ ୮୧ ଜଣ ପ୍ରାଧ୍ୟାପକ ଓ ଅଣଶିକ୍ଷକ୍ କର୍ମଚାରୀ ରହିଥିବା ବେଳେ ବର୍ତ୍ତ ମାନ ପର୍ଯ୍ୟନ୍ତ ୬୦ଜଣକଙ୍କ ଆଣ୍ଟିଜେନ ପରୀକ୍ଷା କରାଯାଇଛି ହେଲେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ରହିଛି । ଯଦି ଆଣ୍ଟିଜେନ ପରୀକ୍ଷାରେ ଯେଉଁମାନେ ପଜିଟିଭ ଚିହ୍ନଟ ହେବେ ତାଙ୍କ ଆରଟିପିସିଆର ରିପୋର୍ଟ ଆସିବା ପର୍ଯ୍ୟନ୍ତ ୭ ଦିନ ହୋମ କ୍ବାରେଣ୍ଟଆଇନରେ ରହିବାକୁ ପଡ଼ିବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।ପ୍ରଶାସନ ପକ୍ଷରୁ କଲେଜ ପରିସର ସାନିଟାଇଜ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଏଥି ସହିତ କୋଭିଡ ଗାଇଡଲାଇନକୁ କଡ଼ାକଡ଼ି ପାଳନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି