ରାଜ୍ୟ ସ୍ପେଶାଲ ରିପୋର୍ଟ

ଡିଏନ୍ ଗ୍ରୁପ ଉପରେ ଚଢ଼ଉ; ମାଲିକ ଓ ସହଯୋଗୀଙ୍କ ସହିତ ଅନ୍ୟ କର୍ମଚାରୀଙ୍କୁ ୨ୟ ଦିନରେ ପଚରାଉଚରା ଜାରି

ଭୁବନେଶ୍ବର: ଟିକସ ଫାଙ୍କିବା ଅଭିଯୋଗରେ ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ ଉପରେ ଆୟକର ବିଭାଗ ବୁଧବାର ଠାରୁ ଚଢ଼ଉ ଚାରି ରଖିଛି। ଏହି କ୍ରମରେ ଆୟକର ବିଭାଗର ୭ଟି ଟିମ୍‌ରେ ସାମିଲ ହୋଇଥିବା ଅଧିକାରୀ ଓ କର୍ମଚାରୀମାନେ ଗୁରୁବାର ଦ୍ବିତୀୟ ଦିନରେ ମଧ୍ୟ ଚଢ଼ଉ ଜାରି ରଖିଛନ୍ତି। ଅଧିକାରୀମାନେ ଡିଏନ୍‌ ଗ୍ରୁପ ସହିତ ଜଡ଼ିତ ବ୍ୟକ୍ତିମାନଙ୍କୁ ପଚରାଉଚରା କରୁଛନ୍ତି। ଡିଏନ୍‌ ଗ୍ରୁପରର ମାଲିକ ଓ ସହଯୋଗୀଙ୍କ ସମେତ ଅନ୍ୟମାନଙ୍କୁ ପଚରାଉଚରା ଜାରି ରହିଛି।

ସଂସ୍ଥାର ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ସମେତ ୨୩ଟି ସ୍ଥାନରେ ଚଢ଼ଉ କରାଯାଇଛି। ୟୁନିଟ୍-୪ ପୋଷ୍ଟାଲ କଲୋନିରେ ରହୁଥିବା ସଂସ୍ଥାର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ମିଳିଛି। ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଛି। ଗତକାଲି ଚଢ଼ଉ ସମୟରେ ନଗଦ ୩୦ କୋଟି ଟଙ୍କା ଜବତ ହେବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା।

ମିଳିଥିବା ସୂଚନା ଅନୁସାରେ, ଡିଏନ୍ ଗ୍ରୁପ ବିରୋଧରେ ଆୟକର ଫାଙ୍କି ନେଇ ଅଭିଯୋଗ ଆସିଥିଲା। ବୁଧବାର ସକାଳୁ ୭ଟି ଟିମ୍ ଭୁବନେଶ୍ବର ନୂଆପଲ୍ଲୀସ୍ଥିତ ଅଫିସ, ଘର, କଟକ ସମେତ ୨୩ଟି ସ୍ଥାନରେ ଚଢ଼ଉ କରିଥିଲା। ୟୁନିଟ୍-୪ରେ ଥିବା ପୋଷ୍ଟାଲ କଲୋନିରେ ରହୁଥିବା ଡିଏନ୍ ଗ୍ରୁପ୍ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କର ଘର ଖଟ ତଳେ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରେ ଥିବା ଟଙ୍କା ଜବତ କରାଯାଇଥିଲା। ସେଥିରୁ କେବ​ଳ ୫ ଶହ ଟଙ୍କିଆ ବିଡ଼ା ମିଳିଥିଲା। ଏହା ପରେ କର୍ମଚାରୀ ଚନ୍ଦ୍ରଶେଖର ଓ ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ପ୍ରସାଦ ନାୟକଙ୍କୁ ଆୟକର ଅଧିକାରୀମାନେ ନଗଦ ଟଙ୍କା ସମ୍ପର୍କରେ ପଚରାଉଚରା କରିଛନ୍ତି। ଏତେ ଟଙ୍କା କେଉଁଠୁ ଆସିଲା? କେତେ ଟଙ୍କାର ଟିକସ ଫାଙ୍କିଛନ୍ତି? ସେ ନେଇ ଖୋଳତାଡ଼ ଚଳାଇଛି ତଦନ୍ତକାରୀ ଟିମ୍।

୨୦୦୩ ମସିହାରେ ଡିଏନ୍ ଗ୍ରୁପ୍ ଅଫ୍ କମ୍ପାନି ଆରମ୍ଭ ହୋଇଥିଲା। ବିଲ୍ଡର୍ସ ଓ କନଷ୍ଟ୍ରକସନ୍ ସଂସ୍ଥାରୁ ଆରମ୍ଭ ହୋଇଥିବା କମ୍ପାନିର ଏକାଧିକ ସଂସ୍ଥା ରହିଛି। ଏପରିକି ଏକ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ସେହିପରି ତଦନ୍ତକାରୀ ଟିମ୍ ହାତରେ ୨୦ରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଓ ଲକର୍ ଲାଗିଛି। ବ୍ୟାଙ୍କ ଆକାଉଣ୍ଟରେ କାରବାର ଓ ଲକର୍‌କୁ ଯାଞ୍ଚ କରାଯିବ। ଅନ୍ୟପକ୍ଷରେ ନଗଦ ପ୍ରାୟ ୩୦ କୋଟି ଟଙ୍କା ମିଳିଥିବାରୁ ଏ ସଂକ୍ରାନ୍ତରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)କୁ ଖୁବଶୀଘ୍ର ଚିଠି ଲେଖାଯିବ ବୋଲି ଜଣାପଡ଼ିଛି। ଆୟକର ବିଭାଗ ଠାରୁ ଇଡି ବିଧିବଦ୍ଧ ଭାବେ ସୂଚନା ପାଇବା ପରେ ତଦନ୍ତ କରିବ ବୋଲି ଜଣାପଡ଼ିଛି। ଆଜିର ଚଢ଼ଉ ସଂକ୍ରାନ୍ତରେ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।