ସ୍ୱାସ୍ଥ୍ୟ

ଡାର୍କ ଚକୋଲେଟ୍: କୋଲେଷ୍ଟ୍ରଲ୍ କମ୍ କରିବା ସହିତ ଦେଇଥାଏ ଏହିସବୁ ଫାଇଦା

ନୂଆଦିଲ୍ଲୀ ୦୯/୦୫: ଚକୋଲେଟର ନାମ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଏ, କିନ୍ତୁ ଓଜନ ବୃଦ୍ଧି ହେତୁ କିଛି ଲୋକ ଚକୋଲେଟରୁ ଦୂରେଇ ରଖନ୍ତି । ଯଦି ଆପଣ ଏହି କାରଣରୁ ଚକୋଲେଟ୍ ଖାଇବାକୁ ଡରୁଛନ୍ତି, ତେବେ ଆପଣ ଆପଣଙ୍କର ଡାଏଟ୍ ତାଲିକାରେ ଡାର୍କ ଚକୋଲେଟ୍ ଯୋଗ କରିପାରିବେ। ଡାର୍କ ଚକୋଲେଟ୍ ଖାଇବା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବା ସହିତ ଶରୀରକୁ ଅନେକ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଏଥିରୁ ମିଳୁଥିବା ଅନ୍ୟାନ ଫାଇଦା ବିଷୟରେ…

dark chocolate
ହୃତପିଣ୍ଡ ପାଇଁ ଲାଭଦାୟକ:

ଚକୋଲେଟ୍ ହୃଦୟ ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ । ଡାର୍କ ଚକୋଲେଟ୍ ହୃଦଘାତର ଆଶଙ୍କା ୫୦% ଏବଂ କରୋନାରି ରୋଗର ୧୦% ହ୍ରାସ କରିଥାଏ, ତେଣୁ ସୀମିତ ପରିମାଣର ଚକୋଲେଟ୍ ଖାଇବା ଦ୍ୱାରା ଶରୀରର କ୍ଷତି ହୋଇନଥାଏ ।

ନିମ୍ନ ରକ୍ତଚାପ:

ନିମ୍ନ ରକ୍ତଚାପରେ ଡାର୍କ ଚକୋଲେଟ୍ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । ଏହା ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ ।

କୋଲେଷ୍ଟ୍ରଲ୍ କମାଇଥାଏ:

କମ୍ ଚକୋଲେଟ୍ ଖାଇବା ଦ୍ୱାରା କୋଲେଷ୍ଟ୍ରଲ୍ ପରିମାଣ କମିଥାଏ । ଏହା ଶରୀରରେ ଥିବା ବ୍ୟାଡ୍ କୋଲେଷ୍ଟ୍ରୋଲକୁ ହ୍ରାସ କରିବା ସହିତ ଗୁଡ୍ କୋଲେଷ୍ଟ୍ରଲ ତିଆରି କରିବାରେ ସାହାଯ୍ୟ କରିଥାଏ ।

ଡିପ୍ରେସନ୍ କମ୍ କରିଥାଏ:

ଚକୋଲେଟରେ ସେରୋଟୋନିନ୍ ର ଉପସ୍ଥିତି ହେତୁ ଏହା ଆମ ମନକୁ ସତେଜ ରଖିବା ସହିତ ଚାପକୁ ଦୁର କରିଥାଏ

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।