ନବରଙ୍ଗପୁର ୨୭/୧୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ବିଜୁ ସ୍ୱାସ୍ଥ୍ୟ କଲ୍ଯାଣ ଯୋଜନା ରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ବଂଶୀଧର ମାଝି ଙ୍କ ଅଧ୍ୟକ୍ଷତାରେ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି | ସନ୍ଧ୍ଯା ୫ ଘ. ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଠାରେ ଭିଡିଓ କନଫେରେନ୍ସି ମାଧ୍ୟମରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ ଆରମ୍ଭ କରିବା ପରେ ଡାବୁଗାଁ ବ୍ଲକ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ହିତାଧିକାରୀ ମାନଙ୍କୁ ନୂଆ ସ୍ମାର୍ଟ କାର୍ଡ ବଣ୍ଟନ କରିଥିଲେ | ଉଦଘାଟନୀ ଉତ୍ସବରେ ଡାବୁଗାଁ ଓ ଡ଼ଙ୍ଗରିଗୁଡା ଗ୍ରାମର ମୋଟ ୫୦ ଜଣ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ କରଯାଇଥିଲା | ଏହି ସଭାରେ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ୍. ବୁଲୁ ରାଓ, ଜିଲା ପରିଷଦ ସଭ୍ୟା ମାଳତୀ ମାଝି, ବିଡିଓ ଶରତ ମାଝି, ତହସିଲଦାର ସନ୍ଧ୍ଯା ସମରଥ, ସିଡିପିଓ ଯମୁନା ଭତ୍ରା, ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଡାକ୍ତର ଡା. ସ୍ଵୟଂସିଦ୍ଧ ଦାସ ଓ ଡା. ଶମ୍ଭୁ ପ୍ରସାଦ ଶତପଥି , ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଏ.ଡି. ପ୍ରସାଦ, ଯୋଗାଣ ନିରିକ୍ଷକ ପ୍ରିୟରଞ୍ଜନ ନାୟକ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ ଓ ସମସ୍ତ ପଞ୍ଚାୟତନିର୍ବାହୀ ଅଧିକାରୀ ଏବଂ ହିତାଧିକାରୀ ମାନେ ଉପସ୍ଥିତ ଥିଲେ |
ଏହି ଅବସରରେ ଶେଷରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ସମ୍ବନ୍ଧରେ ଏକ ଦେଶିଆ ନାଟକ ପ୍ରଦର୍ଶନ କରାଯାଇଥିଲା।
ଡାବୁଗାଁରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ
argus barun gandhi breaking news interview kanak news khola katha latest news latest orissa news latest update news fues news in odia news today news7 odia news odisha famous people odisha khabar odisha latest odisha latest news odisha political news odisha9 orissa latest orissa political news otv otv live political update politices politics in odisha rahul gandhi sonia gandhi speech today news
Previous Articleଡାକ୍ତରୀ ପିଜି ନାମଲେଖାରେ ଅଚଳାବସ୍ଥା: ସୁପ୍ରିମ୍କୋର୍ଟରେ ମାମଲା ଯୋଗୁଁ ବର୍ଷେ ବରବାଦ୍, ପ୍ରତିବାଦ କରିବାକୁ ଡାକ୍ତରୀ ସଂଘ ସଜବାଜ
Next Article ରିଦ୍ଧିଙ୍କ ହାତ ଧରିଲେ ଆଇପିଏଲ ତାରକା ରାହୁଲ ତେଓ୍ବତିଆ