ଅପରାଧ ରାଜ୍ୟ

ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟଣା: ୪ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଏନ୍ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ବଲାଙ୍ଗୀର : ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ଦେବାକୁ ଏନ୍‌ଏଚ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସିଙ୍କୁ ରିପୋର୍ଟ ତଲବ କରିଛନ୍ତି। ମାନବିକ ଅଧିକାର କର୍ମୀ ଅଖଣ୍ଡ ଏହି ପ୍ରସଙ୍ଗରେ ଏନ୍‌ଏଚ୍‌ଆର୍‌ସିରେ ଅଭିଯୋଗ କରିଥିଲେ। ଅଭିଯୋଗରେ ସେ ଦର୍ଶାଇଥିଲେ, ପ୍ରଥମ ବର୍ଷର ଛାତ୍ର ନିଶାନ୍ତଙ୍କୁ ବରିଷ୍ଠ ଛାତ୍ରମାନେ ରାଗିଂ କରିଥିଲେ। ଫଳରେ ସେ ଛାତରୁ ଡେଇଁ ଆତ୍ମହତ୍ୟା କରିଥିଲେ। କଲେଜରେ ଏହା ଦ୍ୱିତୀୟ ଆତ୍ମହତ୍ୟା ଘଟଣା ଥିଲା। କର୍ତ୍ତୃପକ୍ଷ ରାଗିଂ ରୋକିବା ଦିଗରେ ପଦକ୍ଷେପ ନେଇନଥିବାରୁ ଏଭଳି ଘଟଣା ଘଟିଥିବା ସେ ପିଟିସନରେ ଦର୍ଶାଇଥିଲେ। ଏହି ପ୍ରସଙ୍ଗରେ ଏନ୍‌ଏଚ୍‌ଆର୍‌ସି ପକ୍ଷରୁ ରିପୋର୍ଟ ତଲବ କରାଯାଇଛି।

ସୂଚନାଯୋଗ୍ୟ ଯେ, ଗତ ୨୨ ଏପ୍ରିଲରେ ନିଶାନ୍ତ ଆତ୍ମହତ୍ୟା କରିଥିଲେ। ଘଟଣାକୁ ଏକ ମାସ ବିତିଗଲାଣି। କିନ୍ତୁ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି। ଏପରିକି ଡାକ୍ତରୀ ଛାତ୍ର ନିଶାନ୍ତ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି କାରଣ ବି ପୁଲିସ ତଦନ୍ତ କରି ସାମ୍ନାକୁ ଆଣି ନାହିଁ। ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଜଣାପଡୁଛି, ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରୁ ଆଉ ଗୋଟିଏ କଥା ବି ସ୍ପଷ୍ଟ ହୋଇଥିଲା ମାନସିକ ଅବସାଦରୁ ଏଭଳି ଘଟଣା ଘଟିଛି। ହେଲେ ଆଜିଯାଏ ପୁଲିସ ଅନୁସନ୍ଧାନ ଚାଲିଥିଲେ ବି ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଅପରପଟେ ନିଶାନ୍ତ କଲେଜକୁ ଆସିବା ଦିନରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ହ୍ୱାଟସଆପରେ ଚାଟିଂ କରୁଥିଲେ। ତାହା ସାମ୍ନାକୁ ଆସିବା ପରେ ଜଣାପଡ଼ିଥିଲା କଲେଜରେ କେମିତି ହେଉଥିଲା ରାଗିଂ। ହରିୟାଣାରୁ ଆସି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନିଶାନ୍ତ ନାମ ଲେଖାଇଥିଲେ। ଏଠି ଦଶ ଦିନ ରହଣି ପରେ ସେ ଆତ୍ମହତ୍ୟା କରିଥିଲେ। ଯାହାକୁ ନେଇ ବଲାଙ୍ଗୀରରେ ବି ତୀବ୍ର ପ୍ରତିକ୍ରିୟା ଦେଖାଦେଇଥିଲା। ବିଭିନ୍ନ ସଂଗଠନ ବି ଏସ୍‌ପିଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ। ହେଲେ ଏଯାଏ ନିଶାନ୍ତ ମୃତ୍ୟୁର କାରଣ କଣ କହିନି ପୁଲିସ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।