ସାନଖେମୁଣ୍ଡି ୨୬।୦୫: ଡାକ୍ତରଙ୍କୁ ଘେରିଲେ ରୋଗୀଙ୍କ ସଂପର୍କୀୟ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଛି ଘଟଣା । ଡାକ୍ତରଙ୍କ ବଦଳି ଦାବିରେ ଅଡିବସିଛନ୍ତି ଗ୍ରାମବାସୀ ।
ଖବର ଅନୁଯାୟୀ, ଖଲିଙ୍ଗୀ ଗାଁର ଆଦିତ୍ୟ ଲେଙ୍କା ଗାଡିରୁ ପଡିଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାଫଳରେ ତାଙ୍କୁ ନିକଟସ୍ଥ ମେଡିକାଲକୁ ଚିକିତ୍ସା ନିମନ୍ତେ ଆଣିଥିଲେ । କିନ୍ତୁ ଡାକ୍ତର ଚିକିତ୍ସା ନକରି ନିଜ କକ୍ଷରେ ଶୋଇରହିଥିଲେ । ଶେଷରେ ସ୍ଥାନୀୟଲୋକଙ୍କୁ ଅଶ୍ଲୀଳ ଭାଷାରେ ଗାଳି କରିଥିଲେ । ମେଡିକାଲରେ ଡାକ୍ତରଙ୍କ ଖରାପ ବ୍ୟବହାର ଲାଗି ଧାରଣା ଦେଇଛନ୍ତି ସ୍ଥାନୀୟଲୋକେ ।
ସେପଟେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗୀ ଆଡ଼ପଡ଼ା ମେଡିକାଲରେ ପହଞ୍ଚି ରୋଗୀଙ୍କ ସଂପର୍କୀୟଙ୍କ ସହ ଆଲୋଚନା କରିଛନ୍ତି । ଗୁରୁତର ଥିବା ଛାତ୍ରଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ କହିଛନ୍ତି । ଏହାସହିତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠା ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।