ନୂଆଦିଲ୍ଲୀ ୧୯/୦୫: ବଲିଉଡ ଅଭିନେତା ସୋନୁ ସୁଦ କରୋନା କାଳରେ ଲୋକମାନଙ୍କୁ ଅନେକ ସାହାଯ୍ୟ କରୁଛନ୍ତି । ଏହାର ସୂଚନା ସେ ନିଜ ସୋସିଆଲ ଆକାଉଣ୍ଟରୁ ଦେଉଛନ୍ତି । କିନ୍ତୁ ସୋନୁ ସୁଦଙ୍କ ସର୍ବଶେଷ ଟ୍ୱିଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।
ସୋନୁ ସୁଦ ତାଙ୍କର ଶେଷ ଟ୍ୱିଟରେ ଡାକ୍ତରଙ୍କୁ ପ୍ରଶ୍ନ କରି ଲେଖିଛନ୍ତି, “ଏକ ସରଳ ପ୍ରଶ୍ନ, ଯେତେବେଳେ ସମସ୍ତେ ଜାଣନ୍ତି ଯେ ଏହି ନିର୍ଦ୍ଦିଷ୍ଟ ଇଞ୍ଜେକ୍ସନ କୌଣସି ସ୍ଥାନରେ ଉପଲବ୍ଧ ନୁହେଁ, ଡାକ୍ତରମାନେ କାହିଁକି ଏହାକୁ ପ୍ରୟୋଗ କରିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି? ଯେତେବେଳେ ଡାକ୍ତରଖାନା ଏହି ଔଷଧ ପାଇବାରେ ଅସମର୍ଥ, ଜଣେ ସାଧାରଣ ଲୋକ ଏହାକୁ କେଉଁଠୁ ପାଇବେ? ଲୋକଙ୍କୁ ବଞ୍ଚାଇବା ପାଇଁ ଆମେ କାହିଁକି ଅନ୍ୟ କୌଣସି ଔଷଧ ବ୍ୟବହାର କରିପାରିବୁ ନାହିଁ? ”
ସୋନୁ ସୁଦଙ୍କ ଏହି ଟୁଇଟ୍ ବୋଧହୁଏ ରେମେଡେସିଭିର ଇଞ୍ଜେକ୍ସନ୍ ବିଷୟରେ, ଯାହା ସେ ଡାକ୍ତରମାନଙ୍କୁ ପ୍ରଶ୍ନ କରିଛନ୍ତି। ଅଭିନେତାଙ୍କ ଏହି ଟ୍ୱିଟ ଖୁବ୍ ଭାଇରାଲ ହେଉଛିଛି। ୟୁଜରମାନେ ଟ୍ୱିଟ୍ କରି ତାଙ୍କ ଟ୍ୱିଟର ପ୍ରତିକ୍ରିୟା ଦେଉଛନ୍ତି ।

