ଅପରାଧ ରାଜ୍ୟ

ଡାକ୍ତରଖାନାରେ ଡାକ୍ତରଙ୍କୁ ମାଡ ମାରି ଯୁବକ ଅଟକ

ବାସୁଦେବପୁର ୩୦।୬: ଭଦ୍ରକ ଜିଲ୍ଲା ବାସୁଦେବପୁର ଡାକ୍ତରଖାନାରେ ବୁଧବାର ମଧ୍ୟ ରାତ୍ରରେ ଜଣେ ଯୁବକ ଡାକ୍ତରଙ୍କୁ ମାଡ ମାରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବ୍ରାହ୍ମଣୀ ଗାଁ ଅଂଚଳର ଅଶୋକ ପାଣିଗ୍ରାହୀଙ୍କ ପୁଅ ଧ୍ରୁବ ବୁଧବାର ରାତିରେ ଭଉଣୀର ରକ୍ତଚାପ ବଢିଯିବାରୁ ରାତି ପ୍ରାୟ ଅଢେଇଟା ସମୟରେ ୧୦୮ ଆମ୍ବୁଲାନ୍ସ ସାହାଯ୍ୟୟରେ ବାସୁଦେବପୁର ଡାକ୍ତରଖାନା ନେଇ ଆସିଥିଲେ ।

ଡାକ୍ତରଖାନାରେ ଡାକ୍ତର ଅମରେନ୍ଦ୍ର ଜାନା ଶୋଇଥିବା ସମୟରେ ଧ୍ରୁବ ଡାକ୍ତରଙ୍କୁ ଡାକିଥିଲେ । ଡାକ୍ତର ନିଦରୁ ଉଠି ଆସି ରୋଗୀଙ୍କ ରକ୍ତଚାପ ମାପୁଥିବା ସମୟରେ ହଠାତ ଧ୍ରୁବ ଡାକ୍ତରଙ୍କୁ ମାଡ ମାରିଥିଲେ । ଫଳରେ ଡାକ୍ତରଙ୍କ କାନରୁ ରକ୍ତ ବାହାରିବାରୁ ସ୍ଥାନୀୟ କର୍ମଚାରୀମାନେ ପହଞ୍ଚି ଯୁବକଙ୍କୁ କାବୁ କରି ନେଇଥିଲେ। ପରେ ଥାନାକୁ ଖବର କରି ଯୁବକକୁ ପୋଲିସର ଜିମା ଦେଇଥିଲେ । ପରେ ଡାକ୍ତର ଜଣଙ୍କର ମେଡିକାଲରେ ଚିକିତ୍ସା ହୋଇଥିଲା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।