ଅପରାଧ ରାଜ୍ୟ

ଡାଆଣୀ ଭାବି ବୃଦ୍ଧା ମା ଓ ଝିଅକୁ ଅକଥନୀୟ ନିର୍ଯାତନା: କଙ୍ଗାରୁ କୋର୍ଟରେ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ପିଟିଲେ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ମାଣିଦା/ଗାଁଅମର୍ଦା : ଡାଆଣୀ ସନ୍ଦେହରେ ବୃଦ୍ଧା ମା ଓ ଝିଅକୁ ଅକଥନୀୟ ନିର୍ଯାତନା ଦେବା ପରେ ପରିବାରକୁ ଗାଁରୁ ବାସନ୍ଦ କଲେ ଗ୍ରାମବାସୀ। ହେଲେ ଏତିକିରେ ମନ ବୁଝିଲାନି ଯେ ନିସ୍ତୁକ ମାଡ଼ ମାରି ପୂରା ପରିବାରକୁ ନେଇ ଜଙ୍ଗଲରେ ଛାଡ଼ିଦେଲେ।

ପୀଡ଼ିତା ହେଲେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଝାଟିଅଡ଼ାର ଗ୍ରାମର ବାଲି ହେମ୍ବ୍ରମ୍‌ (୨୨) ଓ ତାଙ୍କ ମା। ବାଲିଙ୍କ କହିବା ଅନୁଯାୟୀ ତାଙ୍କ ସ୍ବାମୀ ବାହାରେ ଦାଦନ ଖଟୁଥିବା ବେଳେ ଗାଁରେ ସେ ନିଜ ମା ଓ ଦୁଇ ଛୋଟ ପିଲାଙ୍କୁ ନେଇ ରହୁଥିଲେ। ଗତ କିଛି ଦିନ ହେଲା ଗାଁରେ କେତେକ ଲୋକଙ୍କ ଅକାଳ ମୃତ୍ୟୁ ଘଟିଥିଲା। ଏଥିପାଇଁ ତାଙ୍କ ମାଙ୍କୁ ଦାୟୀ କରି ଆସୁଥିଲେ ଗ୍ରାମବାସୀ। ସେ ଡାଆଣୀ ହୋଇ ଲୋକଙ୍କ ଜୀବନ ନେଉଥିବା ମିଥ୍ୟା ଆରୋପ ଲଗାଇ ତାଙ୍କ ପରିବାରକୁ ନିର୍ଯାତନା ଦେଉଥିଲେ। ଏମିତିକି ଗତକାଲି ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ ବସାଇ ସର୍ବସମ୍ମୁଖରେ ବାଲିଙ୍କୁ ଘୋଷାଡ଼ି ଘୋଷାଡ଼ି ନିସ୍ତୁକ ମାଡ଼ ମାରିଥିଲେ ଓ ତାଙ୍କ ମାଙ୍କୁ ଜଣଙ୍କ ଘରେ ବାନ୍ଧି ରଖିଥିଲେ। ତୁରନ୍ତ ଗାଁ ଛାଡ଼ି ଜଙ୍ଗଲକୁ ଚାଲିଯିବାକୁ କଙ୍ଗାରୁ କୋର୍ଟ ନିଷ୍ପତ୍ତି ଶୁଣାଇ ସମସ୍ତଙ୍କୁ ନେଇ ଜଙ୍ଗଲରେ ଛାଡ଼ି ଆସିଥିଲେ ଗ୍ରାମବାସୀ।

ତେବେ ରାତିରେ ନିଜ ମା ଓ ଛୋଟ ପିଲା ଦୁଇଜଣଙ୍କୁ ଧରି ସ୍ଥାନୀୟ ବିଦ୍ୟାଳୟରେ ଆତ୍ମଗୋପନ କରିବା ପରେ ଗୁରୁବାର ସକାଳେ ବାଲି ପ୍ରଥମେ ଗାଁଅମର୍ଦ୍ଦା ଫାଣ୍ଡି ଓ ପରେ ରାସଗୋବିନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରଞ୍ଜନ କୁମାର ସେଠୀ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ସ୍ପର୍ଶକାତର ମାମଲାରେ ଏଯାଏ କାହାକୁ ଗିରଫ କରାଯାଇନାହିଁ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।