ଦେଶ ବିଦେଶ ସ୍ୱାସ୍ଥ୍ୟ

ଡର ବଢାଇଲା ଫ୍ଲୋରିଡା କରୋନା, ରୋଗୀଙ୍କ ଠାରେ ଦେଖାଯାଇଥିବା କୋଭିଡ୍-୧୯ର ନୂଆ ଷ୍ଟ୍ରେନ୍ ଅଧିକ ବେଗରେ ହେଉଛି ସଂକ୍ରମିତ

ଫ୍ଲୋରିଡା,୦୧/୦୧: ସାରା ବିଶ୍ୱରେ କରୋନା ମହାମାରୀର ପ୍ରକୋପ ହ୍ରାସ ପାଇଛି । କିନ୍ତୁ ବ୍ରିଟେନରେ ଚିହ୍ନଟ ହୋଇଥିବା କରୋନା ଭାଇରସର ନୂଆ ଷ୍ଟ୍ରେନ୍ଏବେ ଚିନ୍ତା ବଢାଇଦେଇଛି । ଯାହାକୁ ନେଇ ବିଶ୍ୱବାସୀ ଚିନ୍ତିତ । ଏହାମଧ୍ୟରେ ଆମେରିକାର ଫ୍ଲୋରିଡାରେ ୟୁକେରେ ଚିହ୍ନଟ ହୋଇଥିବା ଭାଇରସର ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିଛି । ଯାହା ଅଧିକ ସଂକ୍ରାମକ ଓ ବିପଦଜ୍ଜନକ ।

ଫ୍ଲୋରିଡା ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଅନୁସାରେ, ଗୁରୁବାର କରୋନା ଭାଇରସ ନୂଆ ଷ୍ଟ୍ରେନର ପ୍ରଥମ ମାମଲା ସାମ୍ନାକୁ ଆସିଛି । ସଂକ୍ରମିତଜଣଙ୍କ ହେଲେ ୨୦ ବର୍ଷର ଜଣେ ଯୁବକ । ତେବେ ସବୁଠାରୁ ବଡ କଥା ହେଉଛି ଯେ, ତାଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ । ସେ ଫ୍ଲୋରିଡାର ପୂର୍ବ ଉପକୂଳରେ ଥିବା ଦକ୍ଷିଣ ପୋର୍ଟ ସେଣ୍ଟ୍ ଲୁଇସରେ ରୁହନ୍ତି ।

ନୂଆ ଷ୍ଟ୍ରେନ୍ ମାମଲା ସାମ୍ନାକୁ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ରୋଗ ନିୟନ୍ତ୍ରଣ ବିଭାଗ ସହ ବୈଠକ କରିଛି । ତେବେ ଏହି ନୂଆ ଷ୍ଟ୍ରେନ୍ ଅଧିକ ସଂକ୍ରାମକ ହୋଇଥିବା ବେଳେ ଏହା ବିପଦଜ୍ଜନକ ମଧ୍ୟ । କିନ୍ତୁ ଏହି ଷ୍ଟ୍ରେନ୍ ବିରୋଧରେ ମଧ୍ୟ ଭାକସିନ୍ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।

ଏହାପୂର୍ବରୁ ବୁଧବାର କାଲିଫର୍ଣ୍ଣିଆ ଗଭର୍ଣ୍ଣର ଗାଭିନ୍ ନ୍ୟୁସମ୍ କହିଥିଲେ ଯେ, ଦକ୍ଷିଣ କାଲିଫର୍ଣ୍ଣିଆରେ ଭାଇରସର ନୂଆ ଷ୍ଟ୍ରେନ୍ ଜଣେ ବ୍ୟକ୍ତିଙ୍କଠାରେ ଚିହ୍ନଟ ହୋଇଥିଲା । ଏହାପରେ ଗୁରୁବାର କୋଲୋରାଡୋରେ ଆଉ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିଲେ । ପଜିଟିଭଙ୍କଠାରେ କୋଭିଡ-୧୯ ଭାଇରସର ନୂଆ ଷ୍ଟ୍ରେନ୍ ଠାବ କରାଯାଇଥିଲା ।

ସବୁଠାରୁ ରୋଚକ କଥା ହେଉଛି ଯେ, ଚିହ୍ନଟ ପଜିଟିଭଙ୍କର କୌଣସି ଟ୍ରାଭେଲ୍ ହିଷ୍ଟ୍ରୀ ନାହିଁ । ଫଳରେ ଯେପରି ଏହି ଭାଇରସ ଗୋଷ୍ଠୀ ସଂକ୍ରମଣ ଆଡକୁ ନଯାଏ ସେନେଇ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ