ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଡରାଇଲାଣି ଅଜଣା ରୋଗ, ୧୪ ଦିନରେ ଗଲାଣି ୮ଜଣଙ୍କ ଜୀବନ

ମାଥିଲି ୧୩।୦୯ : ଜୀବନ ନେଉଛି ଅଜଣା ରୋଗ । ମାଲକାନଗିରି ଜିଲ୍ଲା ମାଥିଲେ ବ୍ଲକ ହଳଦୀକୁଣ୍ଡରେ ଏବେ ଆତଙ୍କ ସୃଷ୍ଟି କରିଛି ଅଜଣା ରୋଗ । ଗତ ୧୪ ଦିନ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ହୋଇସାରିଲାଣି । ଏବେବି ୧୦ରୁ ଅଧିକ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

ଖବର ଅନୁଯାୟୀ, ମାଥିଲି ବ୍ଲକ ହଳଦୀକୁଣ୍ଡରେ ରବିବାର ରାତିରେ ଅଜଣା ରୋଗରେ ପୁଣି ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତକ ହଳଦୀକୁଣ୍ଡ ନିକଟସ୍ଥ ଟକଲିଗୁଡାର ସନ୍ତୋଷ ପଡିଆମୀ । ରାତିରେ ହଠାତ୍‌ ସନ୍ତୋଷଙ୍କ ପେଟ ବ୍ୟଥା ହୋଇଥିଲା । ଏହାପରେ ହଠାତ୍ ତାଙ୍କର ମୃତ୍ୟୁ ହୋଇଥିଲା । ଏହା ମଦଜନିତ ରୋଗ ହୋଇଥାଇପାରେ ବୋଲି ପ୍ରଥମେ ଗ୍ରାମବାସୀ ଆଶଙ୍କା କରୁଥିଲେ। ଏବେ ଏହି ରୋଗ ଶିଶୁମାନଙ୍କୁ ବ୍ୟାପି ଥିବାରୁ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଵାସ୍ଥ୍ୟ ବିଭାଗ ତଦନ୍ତ କରି ପଦକ୍ଷେପ ନେବାକୁ ଦାବି କରିଛନ୍ତି ଅଞ୍ଚଳବାସୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ