ଅପରାଧ ରାଜ୍ୟ

ଡମ୍ଫର ଧକ୍କାରେ ଗୁରୁତର ଯୁବକଙ୍କ ମୃତ୍ୟୁ, କ୍ଷତପୂରଣ ପ୍ରତିଶୃତି ପରେ ହଟିଲା ରାସ୍ତାରୋକ

ଫୁଲବାଣୀ ୧୫/୦୯: କନ୍ଧମାଳ ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟା ରାସ୍ତାର ବନ୍ଧଗଡ ଗାଁ ନିକଟରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ମୃତ୍ୟୁ । ଯାହାକୁ ନେଇ ଉତ୍ୟକ୍ତ ଲୋକେ ମୃତଦେହ ରଖି ଵିଳମ୍ବିତ ରାତିଯାଏ ଫୁଲବାଣୀ-ବାଲିଗୁଡା ରାସ୍ତା କୁଟିବାରି ଛକ ରାସ୍ତା ଅବରୋଧ କରିଥିଲେ ।

ଖବର ପାଇ ଥାନା ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ, ଏସଡିପିଓ ସୁ ପ୍ରସନ୍ନ ମଲିକ, ବିଡ଼ିଓ ରଶ୍ମି ରଞ୍ଜନ ମହନ୍ତ, ତହସିଲଦାର ଏମ. ଅନୁରାଧା ପ୍ରମୁଖ ପହଂଚି କ୍ଷତି ପୂରଣ ରାଶି ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ମୃତ ଯୁବକଜଣଙ୍କ ଫିରିଙ୍ଗିଆ ବ୍ଲକ ରତଙ୍ଗ ପଂଚାୟତ କୁବାଡି ଗାଁର ଶାନ୍ତି ପନି ପ୍ରଧାନ ।

ସୂଚନାଯୋଗ୍ୟ ଯେ, ଗତ୨୬ ତାରିଖ ଦିନ ଦ୍ରୁତ ଗତିରେ ଆସୁଥିବା ଏଆରଏସଏସ ଠିକା ସଂସ୍ଥାର ଏକ ଡମ୍ଫର ବନ୍ଧଗଡ଼ ଠାରୁ ସାରଙ୍ଗଗଡ଼ ଯାଉଥିବା ଏକ ପାସେଞ୍ଜର ଓଟୋକୁ ଧକ୍କା ଦେବା ପରେ ସାମ୍ନା ପଟୁ ଆସୁଥିବା ତ୍ରିଶକ୍ତି ନାମକ ଆଉ ଏକ ଡମ୍ଫରକୁ ଧକ୍କା ଦେଇଥିଲା । ଫଳରେ ଅଟୋଟି ରାସ୍ତାରୁ ପ୍ରାୟ କୋଡିଏ ଫୁଟ ଦୁରକୁ ଛିଟିକି ପଡ଼ିଥିବା ବେଳେ ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ଆହତ ହୋଇଥିଲେ । ତେବେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ଆହତଙ୍କ କ୍ଷତିପୂରଣ ଦାବିରେ ରାସ୍ତାରୋକ ମଧ୍ୟ କରିଥିଲେ । ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।