ରାଜ୍ୟ ସ୍ପେଶାଲ ରିପୋର୍ଟ

ଡଙ୍ଗରିଆ କନ୍ଧଙ୍କ ଶାଲ୍‌, ଲାଞ୍ଜିଆ ସୌରାଙ୍କ କାନ୍ଥଚିତ୍ରକୁ ଜିଆଇ ଟ୍ୟାଗ୍‌ ଶୀଘ୍ର

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ରାୟଗଡ଼ା ଜିଲ୍ଲାର ଡଙ୍ଗରିଆ କନ୍ଧଙ୍କ ପ୍ରସ୍ତୁତ ଶାଲ ଏବଂ ଲାଞ୍ଜିଆସୌରାଙ୍କ ପାରମ୍ପରିକ କାନ୍ଥଚିତ୍ରକୁ ଜିଆଇ ଟ୍ୟାଗ ଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି। ଏଥିପାଇଁ ୨୦୧୯ ମସିହାରେ ରାଜ୍ୟ ଅନୁସୂଚିତ ଜାତି, ଜନଜାତି କଲ୍ୟାଣ ବିଭାଗ ଏବଂ ହସ୍ତତନ୍ତ ମନ୍ତ୍ରଣାଳୟର ହସ୍ତତନ୍ତ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କ ଶିଳ୍ପ ଏବଂ ବାଣିଜ୍ୟ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା। ୨୦୨୨ ଡିସେମ୍ବରରେ ଏହାକୁ ନେଇ ସ୍ବତନ୍ତ୍ର କମିଟି ଆସି ସ୍ଥିତି ଅନୁଧ୍ୟାନ ସହିତ ଜିଆଇ ଟ୍ୟାଗ୍‌ ଘୋଷଣା ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ସାରିଛି। ଉଭୟ ଉତ୍ପାଦକୁ ଜିଆଇ ଟ୍ୟାଗ୍‌ ମିଳିଲେ, ଏହା ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରଚାର ପ୍ରସାର ଲାଭ କରିବ। ପ୍ରକୃତ କଳାକାରଙ୍କ କାର୍ଯ୍ୟକୁ ସମ୍ମାନ, ସ୍ବୀକୃତି ଏବଂ ରୟାଲଟି ମିଳିବ। କଳା ସଂରକ୍ଷିତ ହୋଇ ରହିପାରିବ ବୋଲି ସରକାରଙ୍କ ପକ୍ଷରୁ ଆଶା କରାଯାଉଛି।

ଗବେଷକଙ୍କ ଅନୁସାରେ, ଡଙ୍ଗରିଆ କନ୍ଧଙ୍କ ପ୍ରସ୍ତୁତ ୫.୬ ଇଞ୍ଚ ଲମ୍ବ ଏବଂ ୨ ଫୁଟ ଚଉଡ଼ାର ନିଆରା କପଡ଼ାଗଣ୍ଡା ଶାଲର ନିଆରା ଆକର୍ଷଣ ରହିଛି। ଡଙ୍ଗରିଆ ସଂସ୍କୃତିରେ ଅବିବାହିତ ଝିଅମାନେ ଏହାକୁ ଏକାଠି ହୋଇ ନିଜ ପ୍ରେମିକ ବା ଭାବୀ ସ୍ବାମୀ, ବାପା ଏବଂ ଭାଇଙ୍କ ପାଇଁ ତିଆରି କରି ଉପହାର ଦିଅନ୍ତି। ଏହି ଶାଲରେ ତିଆରି ହୋଇଥିବା ପ୍ରତ୍ୟେକ ଚିତ୍ର, କୋଠି ଏବଂ ରଙ୍ଗର ନିଜସ୍ବ ଏକ ଅର୍ଥ ରହିଛି। ପ୍ରେମିକଙ୍କ ପାଇଁ ତିଆରି କରାଯାଉଥିବା ଶାଲ ବାପା ଏବଂ ଭାଇଙ୍କ ପାଇଁ ପ୍ରସ୍ତୁତ ଶାଲ ଠାରୁ ଭିନ୍ନ ଥାଏ। ଅନୁସୂଚିତ ଜାତିର ଡମ ବର୍ଗର ବ୍ୟକ୍ତିଙ୍କ ଠାରୁ ଝିଅମାନେ କପଡ଼ା କିଣି ସେଥିରେ ଫସଲ, ସୂର୍ଯ୍ୟ, ଆଖିର ଷ୍ଟିଚିଂ କରନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ରାସାୟନିକ ରଙ୍ଗର ବ୍ୟବହାର ହୋଇନାହିଁ। ସ୍ବତନ୍ତ୍ର ପତ୍ରରୁ ଲାଲ, ସବୁଜ ଏବଂ ହଳଦିଆ ରଙ୍ଗ ପ୍ରସ୍ତୁତ କରାଯାଇ ଶାଲରେ ବ୍ୟବହାର କରାଯାଏ। ପ୍ରତ୍ୟେକ ମାସରେ ଜଣେ ଅବିବାହିତ ଝିଅ ୨ରୁ୩ଟି କପଡ଼ାଗଣ୍ଡା ଶାଲ ତିଆରି କରନ୍ତି। ପୂର୍ବରୁ ଏହାର କୌଣସି ବ୍ୟବସାୟିକ ଉଦ୍ଦେଶ୍ୟ ନଥିଲା। ବର୍ତ୍ତମାନ ଏହାର ବ୍ୟବସାୟକୁ ମଧ୍ୟ ଗୁରୁତ୍ବ ଦିଆଯାଉଛି। ଟିଡିସିଏଲ ପକ୍ଷରୁ ବାର୍ଷିକ ୨ ହଜାରଟି ଶାଲ କ୍ରୟ କରାଯାଉଛି। ପ୍ରଦର୍ଶନୀମାନଙ୍କରେ ମଧ୍ୟ ଏହା ବିକ୍ରି ହେଉଛି। ଏହି ଶାଲ ବାର୍ଷିକ ୩୦ ଲକ୍ଷ ଟଙ୍କାର ବ୍ୟବସାୟ କରୁଛି।

ଅନ୍ୟ ଦିଗରେ ଡଙ୍ଗରିଆ କନ୍ଧଙ୍କ ଶାଲର ନକଲ ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ବ୍ୟବସାୟୀଙ୍କ ପ୍ରସ୍ତୁତ ଶାଢ଼ି ଏବଂ ବିଭିନ୍ନ ପ୍ରକାର ପୋଷାକରେ ଦେଖିବାକୁ ମିଳୁଛି। ଏଥିରେ ମୂଳ କଳାକାରମାନେ କ୍ଷତିଗ୍ରସ୍ତ ହେବା ସହିତ ତାଙ୍କ କଳାର ସ୍ବତନ୍ତ୍ରତା ରହୁନାହିଁ। ତାଙ୍କ କାର୍ଯ୍ୟକୁ ନକଲ କରି ଅନ୍ୟ ବ୍ୟବସାୟୀମାନେ ଲାଭାନ୍ବିତ ହେଉଛନ୍ତି ସିନା ଜନଜାତିଙ୍କ କାର୍ଯ୍ୟର ସ୍ବୀକୃତି ମିଳୁନି କି ଆର୍ଥିକ ସ୍ଥିତିର ଉନ୍ନତି ହେଉନାହିଁ। ସେହିପରି ଲାଞ୍ଜିଆସୌରାଙ୍କ କାନ୍ଥଚିତ୍ରର ମୂଳ ସ୍ରଷ୍ଟାଙ୍କ ବିଷୟରେ ଅଧିକାଂଶ ଅବଗତ ନାହାନ୍ତି। ଲାଞ୍ଜିଆସୌରାଙ୍କ କାନ୍ଥଚିତ୍ର ଶୈଳୀରେ ବିଭିନ୍ନ ସ୍ଥାନରେ ଯେକୌଣସି ବର୍ଗର ବ୍ୟକ୍ତି ଏହି ଚିତ୍ର କରନ୍ତି। ଲାଞ୍ଜିଆସୌରାଙ୍କ ସଂସ୍କୃତିରେ ଏହି କାନ୍ଥ ଚିତ୍ର ଏକ ଆଧ୍ୟାତ୍ମିକ କାର୍ଯ୍ୟ। କେବଳ ପୂଜକମାନେ ଯାହାଙ୍କୁ ସ୍ଥାନୀୟ ଭାଷାରେ କୁଡ଼ାନ ବୋଇ ଏବଂ କୁଡ଼ାନ କହନ୍ତି। ସେମାନେ ଚାଷ, ମୃତ୍ୟୁ କିମ୍ବା ବିଭିନ୍ନ ସ୍ବତନ୍ତ୍ର ଅବସରରେ ଏହାକୁ ତିଆରି କରନ୍ତି। ବାଉଁଶ ବାଡ଼ିରେ କାନ୍ଥରେ ହଳଦିଆ କିମ୍ବା ଲାଲ ରଙ୍ଗରେ ବିଭିନ୍ନ ପ୍ରକାର ଚିତ୍ର କରିଥାଆନ୍ତି। ବାର୍ଷିକ ଏହି କାନ୍ଥଚିତ୍ର ୫୦ ଲକ୍ଷରୁ ଊର୍ଧ୍ବ ଟଙ୍କାର କାରବାର କରିଥାଏ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।