ଅପରାଧ ରାଜ୍ୟ

ଠକି ଦେଲା କମ୍ପ୍ୟୁଟର ସଂସ୍ଥା, ବକେୟା ପାଉଣା ଦାବିରେ ଏତଲା ଦେଲେ ମିଟର ରିଡିଂ କର୍ମଚାରୀ

ସୋର ୨।୬: ବାଲେଶ୍ବର ଜିଲ୍ଲା ସୋର ବିଦ୍ୟୁତ ବିଭାଗରେ କାମ କରୁଥିବା ମିଟର ରିଡରମାନଙ୍କୁ ଠକି ଦେଇଛି କମ୍ପ୍ୟୁଟର ସଂସ୍ଥା । ୨୦୨୧ ମସିହାରୁ ଟାଟା ପାୱାରରୁ ଫ୍ରାଞ୍ଚାଇଜ୍ ନେଇ ମିଟର୍ ରିଡରମାନଙ୍କୁ ନିଯୁକ୍ତି ଦେଇଥିବା କମ୍ପ୍ୟୁଟର ସଂସ୍ଥା ଠକି ଚାଲି ଯାଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି । ଗତ ତିନି ମାସ ହେଲା ସେମାନଙ୍କର ପାଉଣା ନଦେଇ ଛାଡି ଚାଲି ଯାଇଥିବା ବେଳେ ଟଙ୍କା ମାଗିବାରୁ ଓଲଟି କମ୍ପ୍ୟୁଟର ସଂସ୍ଥା କର୍ତ୍ତୃପକ୍ଷ ଧମକ ଚମକ ଦେଉଥିବା ନେଇ ମିଟର୍ ରିଡରମାନେ ସୋର ଥାନାରେ ଅଭିଯୋଗ କରିଛନ୍ତି ।

ଗତ ୨୦୨୧ ଅଗଷ୍ଟ ମାସଠାରୁ ସୋର ବିଦ୍ୟୁତ ବିଭାଗର ମିଟର ରିଡିଂ ଦାଇତ୍ବରେ ଥିବା କମ୍ପ୍ୟୁଟର ସଂସ୍ଥା ମିଟର ରିଡରମାନଙ୍କୁ ଓଡିଶା ସରକାରଙ୍କ ଦ୍ବାରା ଚୁକ୍ତି ବଦ୍ଧ କରିଥିଲା । ଟାଟା କମ୍ପାନୀରେ ମଧ୍ୟ କାର୍ଯ୍ୟ କରିବାକୁ ମିଟର ରିଡରମାନଙ୍କୁ ମିଟର ରିଡିଂ ଏବଂ କଲେକ୍ସନ ଦାଇତ୍ବ ଦିଆଯାଇଥିଲା । ମାତ୍ର ସଂପୃକ୍ତ କମ୍ପ୍ୟୁଟର ମିଟର ରିଡିଂ କାର୍ଯ୍ୟ ଛାଡି ଦେଇଥିବା ବେଳେ ମିଟର ରିଡରମାନଙ୍କର ତିନି ମାସର ବକେୟା ଦରମା, ଇନସ୍ୟୁରାନ୍ସ, ଇପିଏଫଓ ଏବଂ ଇଏସଆଇ ବାବଦକୁ ଅର୍ଥ ପ୍ରଦାନ କରିନାହାନ୍ତି । କିନ୍ତୁ ମିଟର ରିଡରମାନଙ୍କ ପାଉଣା ମାଗିବାରୁ ସେମାନଙ୍କୁ କମ୍ପାନୀର ଏଚଆର ଓ ଉଚ୍ଚ ପଦାଧିକାରୀ ଗାଳି ଗୁଲଜ କରିବା ସହ ବକେୟା ପାଉଣା ନଦେବାକୁ ରୋକ୍ ଠୋକ୍ ମନା କରିଦେଇଥିଲେ । ଫଳରେ ମିଟର ରିଡର୍ ସେମାନଙ୍କ କାର୍ଯ୍ୟ ଅଧିକାର ଓ ବକେୟା ପାଉଣା ଦାବିରେ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।