ରାଜ୍ୟ

ଟ୍ରେନ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ, ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ରେଳରୋକ

ବେତନଟୀ ସଦର: ସୋମବାର ସକାଳ ପ୍ରାୟ ସାଢ଼େ ୬ଟାରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ରେଳ ଷ୍ଟେସନ ନିକଟରେ ସ୍ଥାନୀୟ ଟୁଙ୍ଗାଧୁଆ ଗ୍ରାମର ବୁଧୁରାମ ମହାନ୍ତଙ୍କ ୩୫ ବର୍ଷୀୟ ପୁଅ ନିରଞ୍ଜନ ନିଜ ମୋଟର ସାଇକେଲରେ ରେଳ ଧାରଣା ପାର ହେବା ସମୟରେ କଲିକତାରୁ ବାରିପଦା ଆସୁଥିବା ଶାଲିମାର ସୁପରଫାଷ୍ଟ ଟ୍ରେନ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ଯୁବକଙ୍କର ମୃତ୍ୟୁ ଘଟିଥିଲା।

ସୂଚନା ଅନୁଯାୟୀ, ପୂର୍ବରୁ ଉକ୍ତ ସ୍ଥାନରେ ରେଳ ଫାଟକ ଥିଲା, ହେଲେ ପରେ ୧୮ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରିତ କରାଯାଇ ଉଡ଼ନ୍ତା ପୋଲ ନିର୍ମାଣ ପରେ ସେହି ଫାଟକକୁ ବନ୍ଦ ଦିଆଯାଇଥିଲା। ତେବେ ସେଠାରୁ ଫାଟକ ଉଠିଯିବା ତଥା ରେଳ ଧାରଣା ପାର ହେବା ନେଇ ଅନ୍ୟ ବିକଳ୍ପ ନ ଥିବାରୁ ସ୍ଥାନୀୟ ଲୋକ ପ୍ରତିଦିନ ସେଠାରେ ବିପଦସଂକୁଳ ଭାବେ ରେଳ ଧାରଣା ଉପର ଦେଇ ରାସ୍ତା ପାର କରନ୍ତି। ଉକ୍ତ ସ୍ଥାନରେ ଏହିଭଳି ଦୁର୍ଘଟଣା ବାରମ୍ବାର ଘଟୁଥିବା ତଥା ପୁନର୍ବାର ବନ୍ଦ ଫାଟକକୁ ବସାଇବା ପାଇଁ ସ୍ଥାନୀୟ ଲୋକ ଦାବି କରିଥିଲେ ବି ଏଯାବତ କୌଣସି ସୁଫଳ ମିଳିନାହିଁ।

ଏଥିପାଇଁ ଆଜି ଉତ୍ତ୍ୟକ୍ତ ଶତାଧିକ ଅଞ୍ଚଳ ବାସିନ୍ଦା ଆଜିର ଦୁର୍ଘଟଣାର ପ୍ରତିବାଦ ତଥା ଯୁବକଙ୍କ ପରିବାରକୁ ନ୍ୟାୟ ଦାବିରେ ରେଳ ଧାରଣାରେ ବସିଛନ୍ତି। ଖବର ପାଇ ବେତନଟୀ ଏସ୍ଡ଼ିପିଓ ସୁଦର୍ଶନ ଦାଶ, ବେତନଟୀ ଥାନା ଅଧିକାରୀ ସସ୍ମିତା ମହାନ୍ତ ଓ ବୈଶିଙ୍ଗା ଥାନା ଅଧିକାରୀ ପ୍ରଭାଂଶୁ ଶେଖର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।