ଅପରାଧ ରାଜ୍ୟ

ଟ୍ରେନ୍ ଲାଇନ୍‌ କାଟି ଲୁହା ଚୋରି, ଜଣେ ଯୁବକ ଗିରଫ

ଚାନ୍ଦବାଲି ୨୦।୬: ଭଦ୍ରକରୁ ଧାମରା ଯାଇଥିବା ରେଳ ଧାରଣାରୁ କିଛି ଦିନ ହେବ ଲୁହା ଜିନିଷ ଚୋରି ହେବାର ଲାଗିଛି । ଏ ବିଷୟରେ ଆଦାନୀ କମ୍ପାନୀ ତାର ସିକ୍ୟୁରିଟି ନରେଶ ମାଝୀଙ୍କୁ ନଜର ରଖିବାକୁ କହିଥିଲା । ତେବେ ଜଣେ ଯୁବକ ଲୁହା ଚୋରି କରୁଥିବା ସମୟରେ କମ୍ପାନୀ ସିକ୍ୟୁରିଟି ଏ ବିଷୟରେ ଜାଣିବାକୁ ପାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୁକ୍ତ ଜଣକ ଯଶୀପୁର ପଞ୍ଚାୟତ ସଦାନନ୍ଦପୁର ଗାଁର ହିମାଂଶୁ ପଲ୍ଲାଇଙ୍କ ପୁଅ ଚିତ୍ତରଞ୍ଜନ ପଲ୍ଲାଇ ବୋଲି ଜଣାପଡିଛି । ଏହି ଚୋରିରେ ଆହୁରି ଅନେକ ଯୁବକ ସାମିଲ ଥିବା ନେଇ ସନ୍ଦେହ କରାଯାଉଛି । ସିକ୍ୟୁରିଟିଙ୍କ ଅଭିଯୋଗ ଆଧାରରେ ଚୋରି କରିଥିବା ଯୁବକକୁ ଗିରଫ କରିବା ସସ କେସ୍ ନମ୍ବର ୨୨୫/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚଲାଣ କରିଛି ବାଂଶଡା ପୋଲିସ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।