ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଟ୍ରେନ୍ ଲାଇନ୍‌ରେ ପଡିଛି ବୃଦ୍ଧଙ୍କ ମୃତଦେହ, ଛତିଗଡର ଭିଲାଇରେ ମୃତକଙ୍କ ଘର

କଣ୍ଟାବାଞ୍ଜି ୨୧।୧୧: ରେଳ ଲାଇନରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝି ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାମ ପ୍ୟାରେଲାଲ ସାଗର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଆଜି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ରେଳ ଫାଟକ ନିକଟରେ ଥିବା ରେଳ ଲାଇନ ନିକଟରେ ଜଣେ ବୃଦ୍ଧଙ୍କ ମୃତଦେହ ପଡିଥିବାର ସ୍ଥାନୀୟଲୋକ ଦେଖି ପୋଲିସକୁ ଖବର ଦେଇଥିଲା । ଖବର ପାଇ ପୋଲିସ ଓ ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ମୃତକ ପ୍ୟାରେଲାଲ ସାଗରଙ୍କ ଘର ଛତିଶଗଡ଼ର ଭିଲାଇରେ ହୋଇଥିବା ଜଣାପଡିଛି । ବଙ୍ଗୋମୁଣ୍ଡା ଥାନା ବିରିପାଳ ଗାଁରେ ତାଙ୍କ ସଂପର୍କୀୟଙ୍କ ପାଖକୁ ଆସିଥିଲେ । କଣ୍ଟାବାଞ୍ଜି ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜିଆରପି ପୋଲିସ ସୁଚନା ଦେଇଛି । ତେବେ ବୃଦ୍ଧ ଜଣକ ରେଳ ଲାଇନରେ କଣ କରୁଥିଲେ କେଉଁ ଟ୍ରେନ ତାଙ୍କୁ ଧକ୍କା ଦେଇଛି ତାହା ଟିକିନିଖି ତଦନ୍ତ ଆରମ୍ଭ ହୋଇଛି । ତେବେ ଟ୍ରେନ ଧକ୍କା ଯୋଗୁ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଜିଆରପି ପୋଲିସ ସୁଚନା ଦେଇଛି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ