ଅପରାଧ ଦେଶ ବିଦେଶ

ଟ୍ରେନ୍‌ ପ୍ଲାଟ୍‌ଫର୍ମରେ ବୃଦ୍ଧଙ୍କ କାନ ଓ ମୁହଁ କାମୁଡ଼ି ଛିଡ଼ାଇ ପକାଇଲେ ଯୁବକ

ଓରେଗନ୍‌: ଆମେରିକାର ଓରେଗନ୍‌ ଅନ୍ତର୍ଗତ ପୋର୍ଟଲାଣ୍ଡ୍‌ ଉପନଗରୀରେ ଥିବା ‘ଲାଇଟ୍‌-ରେଲ୍‌ ଟ୍ରେନ୍‌ ପ୍ଲାଟ୍‌ଫର୍ମ’ରେ ଜଣେ ବ‌ୃଦ୍ଧଙ୍କ କାନ ଏବଂ ମୁହଁର କିଛି ଅଂଶ କାମୁଡ଼ି ଛିଡ଼ାଇ ଦେଇଥିବା ଅଭିଯୋଗରେ ଜଣେ ୨୫ ବର୍ଷିୟ ଯୁବକଙ୍କୁ ଗିରଫ କରାଯାଇଥିବା କଥା ମଙ୍ଗଳବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।

ଗ୍ରେସାମ୍‌ ପୁଲିସ ବିଭାଗ କହିଛି, ଗ୍ରେସାମ୍‌ସ୍ଥିତ କ୍ଲେଭ୍‌ଲାଣ୍ଡ୍‌ ଆଭେନ୍ୟୁ ମ୍ୟାକ୍ସ୍‌ ପ୍ଲାଟ୍‌ଫର୍ମରେ ଛୁରାମାଡ଼ ଚାଲିଛି ବୋଲି ରାତି ୨.୧୫ରେ ପୁଲିସ ଅଧିକାରୀ ଓ ଜଣେ ମଲ୍‌ଟ୍‌ନୋମା କାଉଣ୍ଟି ଡେପୁଟି ଖବର ପାଇଥିଲେ। ତଳେ ବହୁ ପରିମାଣର ରକ୍ତ ପଡ଼ିଥିବା ଦେଖି ପ୍ରତ୍ୟକ୍ଷଦର୍ଶୀମାନେ ପୁଲିସକୁ ଛୁରାମାଡ଼ ହେଉଛି ବୋଲି ପୁଲିସକୁ କହି‌ଥିଲେ।

ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଦେଖି‌ଲା ଯେ, ସନ୍ଦିଗ୍ଧ ପୀଡ଼ିତଙ୍କୁ ମାଡ଼ିବସି ଆକ୍ରମଣ କରୁଛି। ସେମାନେ ସନ୍ଦିଗ୍ଧକୁ ଧରି ହାଜତକୁ ନେବା ସହିତ ହିଲ୍ସ୍‌ବରୋର ୭୮ ବର୍ଷୀୟ ଉକ୍ତ ପୀଡ଼ିତଙ୍କ ଚିକିତ୍ସା ନିମନ୍ତେ ପାରାମେଡିକ୍‌ମାନଙ୍କୁ ଡକାଇଥିଲେ।

ପୁଲିସ କହିଛି, ପୀଡ଼ିତଙ୍କୁ ଛୁରାମାଡ଼ କରାଯାଇନାହିଁ। ସନ୍ଦିଗ୍ଧ ତାଙ୍କର କାନ ଓ ମୁହଁର କିଛି ଅଂଶ କାମୁଡ଼ି ଛିଡ଼ାଇ ଦେଇଛନ୍ତି। କ୍ଷତ ଏତେ ଗଭୀର ହୋଇଛି ଯେ, ପୀଡ଼ିତଙ୍କ ଖପୁରି ଦେଖାଯାଉଛି।

ସନ୍ଦିଗ୍ଧଜଣକ ହେଉଛନ୍ତି ନିକଟ ଅତୀତରେ ଜର୍ଜିଆରୁ ତଡ଼ାଖାଇ ପୋର୍ଟଲାଣ୍ଡ୍‌କୁ ଆସିଥିବା ୨୫ ବର୍ଷିୟ କୋରିନ୍‌ କ୍ରାଏମର୍‌। ବୃଦ୍ଧଙ୍କୁ ଆକ୍ରମଣ କରିବା ସମୟରେ ସେ ମଦ୍ୟପାନ କରିବା ସହିତ କୃତ୍ରିମ ଅଫିମ ଓ ଗଞ୍ଜେଇ ଖାଇଥିଲା ବୋଲି ସ୍ବୀକାର କରିଥିବା କଥା ‘କେଏଟିୟୁ ନିଉଜ୍‌’ ରିପୋର୍ଟ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ