ଦେଶ ବିଦେଶ

ଟ୍ରେନ୍‌ରେ ଭେଟିଥିବା ୯ ବର୍ଷିୟ ବାଳକକୁ ଲାପ୍‌ଟପ୍‌ ଉପହାର ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ୪ର୍ଥ ଶ୍ରେଣୀରେ ପଢୁଥିବା କେରଳ ଅନ୍ତର୍ଗତ କୋଚିର ଜଣେ ବାଳକ ବିଶେଷ ଉପହାରରୂପେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କଠାରୁ ଗୋଟାଏ ‘ଏସର୍‌ ୱାନ୍‌ ଲାପ୍‌ଟପ୍‌’ ପାଇଛି।

ସୂଚନାଯୋଗ୍ୟ, ଦିନେ କେନ୍ଦ୍ରମନ୍ତ୍ରୀ ବନ୍ଦେ ଭାରତ ଟ୍ରେନ୍‌ରେ କନ୍ନୁର ଯାଉଥିବା ବେଳେ ଉକ୍ତ ବାଳକକୁ ଭେଟିଥିଲେ। ଏ ବିଷୟରେ ‘ଏକ୍ସ୍‌’ରେ କରିଥିବା ପୋଷ୍ଟ୍‌ରେ ସେ କହିଛନ୍ତି ଯେ, ପିଲାଟି ପ୍ରସ୍ତୁତ କରିଥିବା ସର୍ଜନାତ୍ମକ ଭିଡିଓ ସବୁ ଟ୍ରେନ୍‌ଯାତ୍ରା ବେଳେ ତାଙ୍କୁ ଦେଖାଇଥିଲା। ସେ ସବୁ ଭିଡିଓ ଦେଖି ସେ ମୁଗ୍‌ଧ ହୋଇଯାଇଥିଲେ ଏବଂ ତାକୁ ନୂଆ ‘ଲାପ୍‌ଟପ୍‌’ଟିଏ ଦେବେ ବୋଲି କଥା ଦେଇଥିଲେ।

କେନ୍ଦ୍ରମନ୍ତ୍ରୀ ଲେଖିଛନ୍ତି: ଟ୍ରେନ୍‌ରେ ତ୍ରିସୁରରୁ କୋଜିକୋଡ଼ ଯିବା ବେଳେ ୯ ବର୍ଷିୟ ପିଲା ଶ୍ରୀରାମ ସହିତ ଦେଖାସାକ୍ଷାତ ହୋଇଥିଲା। ଖୁସିରେ ସେ ମତେ ତା’ ‘ଲାପ୍‌ଟପ୍‌’ରେ କରିଥିବା ସର୍ଜନାତ୍ମକ ଭିଡିଓ ସବୁ ଦେଖାଇଥିଲା। ତାକୁ ନୂଆ ‘ଲାପ୍‌ଟପ୍‌’ଟିଏ ଦେବି ବୋଲି ପ୍ରତିଶ୍ରୁତି ଦେଇଥିଲି। ଆଜି ସେ ଆଗତୁରା ନୂଆବର୍ଷ ଉପହାର ଭାବେ ନୂଆ ‘ଲାପ୍‌ଟପ୍‌’ଟିଏ ପାଇଲା। ତାକୁ ଓ ତା’ ପରିବାରବର୍ଗଙ୍କ ପ୍ରତି ମୋର ଶୁଭେଚ୍ଛା। ସେ ପଢ଼ାପଢ଼ି କରି ସାଫଲ୍ୟମଣ୍ଡିତ ହୋଇ ତାଙ୍କ ପରିବାରକୁ ଗୌରବାନ୍ବିତ କରୁ।

Image Courtesy of LatestLY

ଏହାଛଡ଼ା, ତାକୁ ଦିନେ ‘କମ୍ପ୍ୟୁଟର୍‌ ଟେକ୍ନୋଲୋଜି ପାର୍କ’କୁ ନେବାର ବ୍ୟବସ୍ଥା କରିବେ ବୋଲି ମଧ୍ୟ କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ସେ ଏହି ବିଶେଷ ଉପହାର ଗ୍ରହଣ କରୁଥିବା ସମୟର ଦୃଶ୍ୟ ଗୁରୁବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖାଯାଉଛି, କେରଳୀ ସ୍କୁଲ୍‌ ବାଳକ ଶ୍ରୀରାମ ସ୍ବେଚ୍ଛାସେବୀମାନଙ୍କଠାରୁ କେନ୍ଦ୍ରମନ୍ତ୍ରୀ ପଠାଇଥିବା ନୂଆ ‘ଲାପ୍‌ଟପ୍‌’ ଗ୍ରହଣ କରୁଛି ଓ ସେମାନେ ତାକୁ ‘ହାପି କ୍ରିସ୍‌ମାସ୍‌’ ଓ ‘ନ୍ୟୁଇୟର୍‌’ ବୋଲି କହି ଶୁଭେଚ୍ଛା ଜଣାଉଛନ୍ତି।

ତା’ପରେ ଦେଖାଯାଉଛି ଯେ, ଆନନ୍ଦରେ ଶ୍ରୀରାମର ମୁଖ ଉଜ୍ଜ୍ବଳ ହୋଇ ଉଠୁଛି ଓ ସେ ବଡ଼ ଅଧୀର ହୋଇ ଖୋଳରୁ ‘ଲାପ୍‌ଟପ୍‌’ ବାହାର କରି କହୁଛି, ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌ରେ କନ୍ନୁର ଯିବା ବେଳେ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଦେଖି ଆଚମ୍ବିତ ହୋଇଗଲି। ସେ ମତେ ଗୋଟାଏ ‘ଲାପ୍‌ଟପ୍‌’ ଦେବା ପାଇଁ ଓ କମ୍ପ୍ୟୁଟର୍‌ ଟେକ୍ନୋଲୋଜି ପାର୍କକୁ ବୁଲାଇ ନେବାକୁ ପ୍ରତିଶ୍ରୁତି ଦେଲେ। ମୁଁ ଭାରି ଖୁସି ହୋଇଗଲି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ