ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରେନଲାଇନରେ କଟି ସିଗନାଲ ଯନ୍ତ୍ରୀଙ୍କ ମୃତ୍ୟୁ

ନୂଆପଡ଼ା: ନୂଆପଡ଼ା ରେଳଷ୍ଟସନର ରେଳ ସିଗନାଲ୍ ଯାନ୍ତ୍ରିକ ତ୍ରୁଟି ଥିବା ଯୋଗୁଁ ସିଗନାଲ୍ ମରାମତି ପାଇଁ ଲଖନା ରେଳ ଷ୍ଟେସନରୁ ଅନୁପ ରଏ (୨୮)
(ସିଗନାଲ ଯନ୍ତ୍ରୀ) ରଙ୍ଗବତୀ ଟ୍ରେନ ଯୋଗେ ନୂଆପଡ଼ା ରେଳ ଷ୍ଟେସନ ରାତ୍ରି ୧୦ଟା ବେଳେ ପହଞ୍ଚିଥିଲେ। ସିଗନାଲ ମରାମତି କାମ ସାରି ବିଲମ୍ବିତ ରାତ୍ରିରେ ନୂଆପଡ଼ା ରେଳ ଷ୍ଟେସନରୁ ଲଖନା ଅଭିମୁଖେ ଏକ ମାଲବାହୀ ଟ୍ରେନରେ ଫେରିଥିଲେସେ

ଲଖନା ଷ୍ଟେସନରେ ପହଞ୍ଚି ନିଜ ଷ୍ଟାଫଘରକୁ ଯିବା ସମୟରେ ରେଳଲାଇନ ପାର ହେଉଥିବା ସମୟରେ ରେଳଲାଇନରେ ଗୋଡ଼ ଫସି ଯାଇଥିବା ଗୋଡ଼କୁ ରେଳଲାଇନ ରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ  ଟ୍ରେନଟି ଅନୁପଙ୍କୁ ଶକ୍ତ ଧକ୍କା ଦେବାରୁ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟ ଘଟିଥିଲା। ଅନୁପ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଧୋବୀ ପଡ଼ାର ବୋଲି ଜଣାପଡିଛି। ସେଭଳି ଅନୁପଙ୍କ ପୂର୍ବରୁ ବାପାଙ୍କର ମୃତ୍ୟୁ ହୋଇଛି। ବାପାଙ୍କ ଚାକରି ସ୍ଥାନରେ ମୃତ ଯୁବକ ଅନୁପ ରଏ ସିଗନାଲ୍ ଡିପାର୍ଟମେଣ୍ଟରେ ନିୟୋଜିତ ଥିଲେ।

ଘଟଣାସ୍ଥଳରେ କଣ୍ଟାବାଞ୍ଜିରୁ ରେଳବାଇ ପୁଲିସ ପହଞ୍ଚି ଶବକୁ ଉଦ୍ଧାର ବ୍ୟବଚ୍ଛେଦ ପରେ ଏକା ମାମଲା ରୁଜୁ କରି ତାଙ୍କ ପରିବାର ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଥିଲା। ମୃତ ଯୁବକ ବେଶ ମେଳାପୀ ଥିଲେ। ଲଖନା ଠାରେ ବିଭିନ୍ନ ସାବର୍ଜନିକ ପୂଜାଵିଧିରେ ସାମିଲ ହୋଇ ନିଜର ବହୁମୂଲ୍ୟ ସମୟ ଦେଇ ସହଯୋଗ କରୁଥିଲେ।ବର୍ତ୍ତମାନ ମଧ୍ୟ ଧନୁଯାତ୍ରା ଚାଲିଥିବା ବେଳେ ସକ୍ରିୟ ସ୍ଵେଚ୍ଛାସେବୀ ଭାବେ ନିୟୋଜିତ ଥିଲେ। ଅନୁପଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।