ରାଜ୍ୟ

ଟ୍ରେଡ୍‌ ଲାଇସେନ୍ସରେ ବର୍ଷକୁ ବିଏମସିର କ୍ଷତି ୭ କୋଟି

ଭୁବନେଶ୍ବର: ଟ୍ରେଡ୍‌ ଲାଇସେନ୍ସ ବାବଦକୁ ମହାସୁଲ୍‌ ଆଦାୟ ପ୍ରକ୍ରିୟା ନିୟମିତ ହୋଇପାରୁନି। ସର୍ଭେ କରାଯାଇ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ସଂଖ୍ୟା ନିରୂପଣ ହେଉଛି। ହେଲେ ଟଙ୍କାଟିଏ ଆଦାୟ ହୋଇ ପାରୁନି। ବରଂ ସର୍ଭେ କରିବାକୁ ବିଏମ୍‌ସି ରାଜକୋଷରୁ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ ହେଉଛି। ୨୦୧୫ ମସିହାରେ ବିଏମ୍‌ସି ଏକ ଠିକା ସଂସ୍ଥା ଜରିଆରେ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ସର୍ଭେ କରି ସେମାନଙ୍କର ଠିକଣା ସହ ତାଲିକା ପ୍ରସ୍ତୁତ କରିଥିଲା। ହେଲେ ବିଏମ୍‌ସି ସେମାନଙ୍କ ଠାରୁ ଟଙ୍କାଟିଏ ଆଦାୟ କରିପାରିଲା ନାହିଁ। କିଛି ଦିନ ପରେ ଏକ ଠିକା ସଂସ୍ଥା ନିୟୋଜିତ କରି ଏହି ଟ୍ରେଡ୍‌ ଲାଇସେନ୍ସ ଆଦାୟ କରିବା ପାଇଁ ବିଏମ୍‌ସି ଯୋଜନା କରିଥିଲା। ହେଲେ ତାହା କେବଳ ଯୋଜନାରେ ରହି ଯାଇଥିଲା।

ଏବେ ପୁଣି ଥରେ ବିଏମ୍‌ସି ବ୍ୟବସାୟୀଙ୍କ ସର୍ଭେ କରିବାକୁ ଯୋଜନା କରିଛି। ଏଥିପାଇଁ ଠିକା ସଂସ୍ଥା ଚୟନ କରିବାକୁ ଟେଣ୍ଡର କରିଛି। ଏହି ଠିକା ସଂସ୍ଥା ନୂଆ ଟ୍ରେଡ୍‌ ଲାଇସେନ୍ସ ଧାର୍ଯ୍ୟ କରିବା ସହ ଟ୍ରେଡ୍‌ ଲାଇାସେନ୍ସ ଫି’ ମଧ୍ୟ ଆଦାୟ କରିବ। ଠିକାସଂସ୍ଥା ଟ୍ରେଡ୍‌ ଲାଇସେନ୍ସ ଫି ଧାର୍ଯ୍ୟ କରି ଆଦାୟ କଲେ ସେଥିରେ ଘୋଟାଲା ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି। ଲାଇସେନ୍ସ ଫି ଧାର୍ଯ୍ୟ କଲା ବେଳେ ହାତଗୁଞ୍ଜା ନେଇ କାହାକୁ ଫି’ କମ୍‌ କରାଇ ଦେବା ଓ କାହାକୁ ସମ୍ପୂର୍ଣ୍ଣ ଛାଡ଼୍‌ କରାଇଦେବା ସମ୍ଭାବନା ରହିବ। ଅଧିକାରୀମାନେ ଏହି ଠିକାସଂସ୍ଥା ଜରିଆରେ ମୋଟାଅଙ୍କର ଅର୍ଥ ଆଦାୟ କରି‌ବା ଆଶଙ୍କା ରହିଛି।

ପୁଣି ସର୍ଭେ କରିବ ବିଏମ୍‌ସି
ଏଥର ଆଦାୟ ହେବ ତ?

ଏଣେ ୨୦୦୬ ମସିହାରୁ ଟ୍ରେଡ୍‌ ଲାଇସେନ୍ସ ସଂଶୋଧିତ ହୋଇନାହିଁ। ଏହା ସଂଶୋଧନ ହେଲେ ଟ୍ରେଡ୍‌ ଲାଇସେନ୍ସ ବାବଦକୁ ସଂଗ୍ରହ ହେଉଥିବା ଦେୟ ପରିମାଣ ବହୁ ଗୁଣ ବଢ଼ିଯିବ ବୋଲି କୁହାଯାଉଛି। ବାଇ ଲ’ ସଂଶୋଧନ ପାଇଁ ବିଏମ୍‌ସି ୨୦୧୨ ମସିହାରୁ ସରକାରଙ୍କୁ ଚିଠି ଲେଖିଛି। ହେଲେ ସରକାରଙ୍କ ଅନୁମୋଦନ ମିଳିନାହିଁ। ଏଣେ ବିଏମ୍‌ସି କର୍ମଚାରୀ ଅଭାବ ଦେଖାଇ ଷ୍ଟ୍ରିଟ୍‌ ଭେଣ୍ଡରଙ୍କ ଠାରୁ ଟ୍ରେଡ୍‌ ଲାଇସେନ୍ସ ବାବଦରେ ମହାସୁଲ ଆଦାୟ କରୁନାହିଁ। ଏଭଳି ସ୍ଥିତିରେ ବିମ୍‌ଏସି ବର୍ଷକୁ ୭ କୋଟିରୁ ଊର୍ଦ୍ଧ୍ବ ଟଙ୍କା ହରାଉଛି। ଏବେ ପୁଣି ଥରେ ସର୍ଭେ କରିବା ପାଇଁ ବିଏମ୍‌ସି ଆଉଟ୍‌ସୋର୍ସିଂ ଏଜେନ୍ସି ଚୟନ କରିବାକୁ ଟେଣ୍ଡର ଡାକିଛି।
୨୦୧୫ ମସିହାରେ ଭୁବନେଶ୍ବରରେ ଥଇଥାନ ହୋଇନଥିବା କେତେ ଉଠାଦୋକାନୀ ଅଛନ୍ତି ତାହାର ସର୍ଭେ କରିଥିଲା ବିଏମ୍‌ସି। ଏକ ଆଉଟ୍‌ସୋର୍ସିଂ ଏଜେନ୍ସି ଦ୍ବାରା ହୋଇଥିବା ସର୍ଭେ ପାଇଁ ବିଏମ୍‌ସି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା।

ଦୀର୍ଘ ୬ ମାସ ସର୍ଭେ କରିବା ପରେ ଏହି ସଂସ୍ଥା ବିଏମ୍‌ସିକୁ ରିପୋର୍ଟ ଦେଇଥିଲା। ସଂସ୍ଥାର ରିପୋର୍ଟ ଅନୁସାରେ ବିଏମ୍‌ସିର ୬୭ ୱାର୍ଡରେ ୨୧ ହଜାର ଭେଣ୍ଡର୍‌ ରହିଥିଲେ। ପ୍ରତି ଭେଣ୍ଡର୍‌ ପିଛା ମାହାସୁଲ ବାବଦକୁ ଦିନକୁ ୧୦ ଟଙ୍କା ଆଦାୟ କରିବା ନିଷ୍ପତ୍ତି ହୋଇଥିଲା। ଏହି ହିସାବରେ ଆଜି ପର୍ଯ୍ୟନ୍ତ ବିଏମ୍‌ସି ୬୦ କୋଟି ଆଦାୟ କରିବା କଥା। ହେଲେ ସର୍ଭେରେ ଖର୍ଚ୍ଚ ହୋଇଥିବା ୬୦ ଲକ୍ଷ ଆଦାୟ ହୋଇପାରିଲା ନାହିଁ।
ଏଥର ବିଏମ୍‌ସି ଟେଣ୍ଡର ଜରିଆରେ ଯେଉଁ ସଂସ୍ଥା ଚୟନ କରିବାକୁ ଯାଉଛି ସେ ସଂସ୍ଥା ଦୋକାନ ଦୋକାନ ବୁଲି ସର୍ବେକ୍ଷଣ କରିବ। କାହାର ଟ୍ରେଡ୍‌ ଲାଇସେନ୍ସ ହୋଇଛି କାହାର ହୋଇନି? କିଏ ଫି ଦେଉଛି? କିଏ ଦେଉ ନାହିଁ? ଏ ସବୁ ତଥ୍ୟ ସଂଗ୍ରହ କରିବ। ନୂଆ ବ୍ୟବସାୟୀଙ୍କର ତାଲିକା ପ୍ରସ୍ତୁତ କରିବା ସହ ଟ୍ରେଡ୍‌ ଲାଇସେନ୍ସ ଧାର୍ଯ୍ୟ କରିବ। ତେବେ ଉଠା ଦୋକାନୀଙ୍କ ସର୍ଭେ ଏହି ସଂସ୍ଥା କରିବ ନାହିଁ ବୋଲି ସୂଚନା ମିଳିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।