ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଟ୍ରାଫିକ୍‌ ନିୟମ ଉଲ୍ଲଙ୍ଘନ କଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ୍‌, କଟିଲା ଏତେ ଟଙ୍କାର ଚାଲାଣ

ନୂଆଦିଲ୍ଳୀ ୦୭।୦୪ : ଆଇନ ଜାଲରେ ଫସିଲେ ‘ପୁଷ୍ପା’ ତଥା ଅଲ୍ଲୁ ଅର୍ଜୁନ। ଏହି ସାଉଥ ସୁପରଷ୍ଟାରଙ୍କ ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। କଳା ରଙ୍ଗର କାଚ ଥିବା କାର୍‌ରେ ବୁଲିବା ଏବେ ଅଲ୍ଲୁ ଅର୍ଜୁନଙ୍କୁ ପଡିଛି ମହଙ୍ଗା । ଟ୍ରାଫିକ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ତାଙ୍କ ନାଁରେ ହାଇଦ୍ରାବାଦ ପୋଲିସ୍‌ ମୋଟା ଅଙ୍କର ଚାଲାଣ କାଟିଛି। ଅଲ୍ଲୁଙ୍କୁ ୭୦୦ ଟଙ୍କାର ଜରିମାନା ଭରିବାକୁ ପଡିଛି।

ନିକଟରେ ଅଲ୍ଲୁ ଅର୍ଜୁନ ତାଙ୍କ ରେଞ୍ଜ ରୋଭର ଲଗ୍‌ଜୁରୀ ଏସ୍‌ୟୁଭି କାର୍‌ରେ କଳା ରଙ୍ଗର କାଚ ଲଗାଇଥିଲେ। ଏହାପରେ ପୋଲିସ୍‌ ହାଇବ୍ରାଦାର ବିଜି ସେଣ୍ଟର ରୋଡ୍‌ରେ ଏହା ଦେଖି ତାଙ୍କ କାର୍‌କୁ ଅଟକାଇଥିଲା । ଏହାପରେ କାର୍‌ରେ କଳା କାଚ ଲଗାଇବା ଅଭିଯୋଗରେ ତାଙ୍କ ନାଁରେ ଚାଲାଣ କଟିଥିଲା । ତେବେ ଯେତେବେଳେ ଚାଲାଣ କଟିଥିଲା ସେତେବେଳେ କାର୍‌ରେ ଅଲ୍ଲୁ ଅର୍ଜୁନ ଥିଲେ ନା ନାହିଁ ସେ ନେଇ କିଛି ସୂଚନା ମିଳି ପାରିନାହିଁ।

ସୂଚନା ମୁତାବକ, ଗାଡି ଗୁଡିକରେ ଟିଣ୍ଟେଡ୍‌ ଗ୍ଲାସ ବ୍ୟତୀତ ସନ୍‌ ଫିଲ୍ମ ଭଳି ଅନ୍ୟାନ୍ୟ ବ୍ୟବହାର କରାଯାଇପାରିବ ନାହିଁ ବୋଲି ୨୦୧୨ ସୁପ୍ରିମକୋର୍ଟ ଏକ ନିୟମ ପାରିତ କରିଥିଲେ। କାର୍‌ ଗୁଡିକ ଟ୍ରାନ୍ସ ପରାଣ୍ଟ କାଚ ଲାଗାଇବ ତେବେ ତାଙ୍କୁ ଜରିମାନା ମଧ୍ୟ ଭୋଗିବାକୁ ପଡିବ। ଉଲ୍ଲେଖଯୋଗ୍ୟ ଯେ, ‘ପୁଷ୍ପା’ର ସଫଳତା ପରେ ଅଲ୍ଲୁ ଅର୍ଜୁନ ଏବେ ଏହାର ସେକେଣ୍ଡ ପାର୍ଟର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଲୋକେ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତର ସହ ଅପେକ୍ଷା କରି ରହିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ