ଅପରାଧ ରାଜ୍ୟ

ଟ୍ରାକ୍ଟରକୁ ପଛରୁ ପିଟିଲା ମାଲ୍ ବୋଝେଇ ଟ୍ରକ : ଦୁଇ ମୃତ, ଦୁଇ ଗୁରୁତର

ନୂଆପଡ଼ା ୧୯।୦୬: ନୂଆପଡ଼ା NH-୩୫୩ କୁରୁମପୁରୀରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରାକ୍ଟରକୁ ପଛରୁ ପିଟିଲା ମାଲ୍ ବୋଝେଇ ଟ୍ରକ । ଘଟଣାସ୍ଥଳରେ ଦୁଇ ମୃତ, ଦୁଇ ଗୁରୁତର। ଘଟଣାସ୍ଥଳରେ ଲଖନା ପୋଲିସ ଓ ନୂଆପଡା ଅଗ୍ନିଶମ ବିଭାଗ ପହଞ୍ଚି ମୃତାହାତଙ୍କୁ ଉଦ୍ଧାର କରିଛନ୍ତି ।

ଖବର ଅନୁଯାୟୀ, ନୂଆପଡ଼ା ଖରଖରା ନାଲାରୁ କାମସାରି ଫେରୁଥିଲା ଟ୍ରାକ୍ଟର । କୁରୁମପୁରୀ ନିକଟରେ ଟ୍ରାକ୍ଟରକୁ ପଛରୁ ପିଟିଥିଲା ମାଲ୍ ବୋଝେଇ ଟ୍ରକ । ଯାହାଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମୃତକ ମାନେ ହେଲେ ଧୁମାଭଟା ଗାଁର କୁରକୁରୁ ନିଆଲ ଓ ପଣ୍ଡରାପଥର ଗାଁର ଭାଗିରଥୀ ସତନାମି ।

ସେହିପରି ଗୁରୁତରଙ୍କ ମଧ୍ୟରୁ ଜଣଙ୍କୁ ନୂଆପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ବୁର୍ଲା ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ତେବେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣଙ୍କ ଛାତିରେ ପାଇପ ପଶି ଯାଇଥିଲା । ପାଇପ କାଟି ତାଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।