ଦେଶ ବିଦେଶ ମନୋରଞ୍ଜନ

ଟ୍ରଫି ସହ ୪୦ ଲକ୍ଷ ଟଙ୍କା ଘରକୁ ନେଲେ ‘ବିଗ୍‌ ବସ୍‌ ୧୫’ ବିଜୟିନୀ ତେଜସ୍ବୀ ପ୍ରକାଶ LatestLeadingମନୋରଞ୍ଜନ By Sambad Last updated Jan 31, 2022

ମୁମ୍ବାଇ: ରବିବାର ରାତିରେ ଶେଷ ହୋଇଥିବା ଟିଭି ସୋ ‘ବିଗ୍‌ ବସ୍‌ ୧୫’ରେ ବିଜୟୀ ହୋଇ ଟିଭି ଷ୍ଟାର୍‌ ତେଜସ୍ବୀ ପ୍ରକାଶ ଟ୍ରଫି ସହ ୪୦ ଲକ୍ଷ ଟଙ୍କା ପାଇଛନ୍ତି। ଏହି ‘ସୋ’ ଉପସ୍ଥାପକ ଚଳଚ୍ଚିତ୍ର ଅଭିନେତା ସଲ୍‌ମନ୍‌ ଖାନ୍‌ ବିଜୟିନୀଙ୍କ ନାମ ଘୋଷଣା କରିଥିଲେ।

ଏଥିରେ ସେହଜପାଲ୍‌ ପ୍ରଥମ ରନର୍‌ ଅପ୍‌ ହୋଇଥିବା ବେଳେ ପ୍ରକାଶଙ୍କ ଅଭିନେତା-ବନ୍ଧୁ କରଣ କୁନ୍ଦ୍ରା ଦ୍ବିତୀୟ ରନର୍‌ ଅପ୍‌ ବା ତୃତୀୟ ସ୍ଥାନରେ ସ୍ଥାନିତ ହୋଇଛନ୍ତି।

ଅଭିନେତ୍ରୀ ଶମିତା ଶେଟ୍ଟୀ ଚତୁର୍ଥ ସ୍ଥାନରେ ରହିଥିବା ବେଳେ ୫ମ ସ୍ଥାନରେ ଥିବା କୋରିଓଗ୍ରାଫର୍‌ ନିଶାନ୍ତ ଭଟ ଫାଇନାଲ୍‌ ରେସ୍‌ର ହଟିଯିବାକୁ ମନସ୍ଥ କରି୧୦ ଲକ୍ଷ ଟଙ୍କା ସହ ଘରକୁ ଫେରିଯାଇଥିଲେ।

ସୌନ୍ଦର୍ଯ୍ୟ ଯୋଗୁଁ ପ୍ରଶଂସକମାନଙ୍କ ହୃଦୟ ଜିଣିଥିବା ପରି ‌ମନେହେଉଥିବା ତେଜସ୍ବୀ ଚୂଡ଼ାନ୍ତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ସମସ୍ତଙ୍କ ଠାରୁ ଅଧିକ ଭୋଟ୍‌ ପାଇଥିଲେ।

ଏହି ‘ସୋ’ର ଫାଇନାଲ୍‌ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ପ୍ରଥମ ପର୍ଯ୍ୟାୟ ଶନିବାରେ ପ୍ରସାରିତ ହୋଇଥିବା ବେଳେ ରବିବାର ରାତି ୮ ପରେ ଦ୍ବିତୀୟ ପର୍ଯ୍ୟାୟ ପ୍ରସାରିତ ହୋଇଥିଲା।

‘ବିଗ୍‌ ବସ୍‌ ୧୫’ ଚୂଡ଼ାନ୍ତରେ ଥିଲେ କରନ୍‌ କୁନ୍ଦ୍ରା, ତେଜସ୍ବୀ ପ୍ରକାଶ, ଶମିତା ଶେଟ୍ଟୀ, ପ୍ରତୀକ ସେହଜପାଲ୍‌ ଏବଂ ନିଶାନ୍ତ ଭଟ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ