ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟ୍ରକ ସହ ଧକ୍କା ହେଲା କାର, ଅଢେଇ ଟନ ଟମାଟୋ ଲୁଟି ନେଇ ଫେରାର ହୋଇଗଲେ କାର ଆରୋହୀ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଟ୍ରକରୁ ଟମାଟୋ ଚୋରିର ଏକ ଅଦ୍ଭୁତ ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ଟମାଟୋ ନେଇ ଯାଉଥିବା ଏକ ଟ୍ରକକୁ ଏକ କାର ଧକ୍କା ଦେଇଥିଲା | ଆଉ ଦୁର୍ଘଟଣା ପରେ କାରରେ ଥିବା ଯୁବକମାନେ ଟ୍ରକରୁ ଅଢେଇ ଟନ ଟମାଟୋ ନେଇ ଫେରାର ହୋଇଯାଇଛନ୍ତି | ପୁଲିସର ସୂଚନାନୁସାରେ, ବେଙ୍ଗାଲୁରୁର ଚିକ୍କାଜାଲା ନିକଟରେ ଏହି ଘଟଣା ଘଟିଛି। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି।

ଚିତ୍ରାଦୂର୍ଗା ଜିଲ୍ଲାର ହିରିୟୋରର ଜଣେ କୃଷକ ମଲେଶ ଶନିବାର ଏକ ଟ୍ରକରେ ଟମାଟୋ ଲୋଡ୍ କରିବା ପରେ କୋଲାର ଯାଉଥିଲେ। ହଠାତ୍ ଟ୍ରକଟି ଏକ କାର ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଯେଉଁଥିରେ ଅଭିଯୁକ୍ତମାନେ ଯାଉଥିବା କାରର କାଚ ଭାଙ୍ଗି ଯାଇଥିଲା।

ଏହାପରେ ଅଭିଯୁକ୍ତମାନେ ଚାଷୀ ଓ ଟ୍ରକ ଡ୍ରାଇଭରକୁ ଦୁର୍ବ୍ୟବହାର କରିବା ସହ କ୍ଷତିପୂରଣ ବାବଦକୁ ଲକ୍ଷାଧିକ ଟଙ୍କା ମାଗିଥିଲେ | ଉଭୟଙ୍କ ପାଖରେ ଟଙ୍କା ନଥିବାରୁ ଅଭିଯୁକ୍ତମାନେ ଟ୍ରକକୁ ବଳପୂର୍ବକ ନେଇ ପଳାଇ ଯାଇଥିଲେ। ଟ୍ରକରେ ପ୍ରାୟ ଅଢେଇ ଟନ୍ ଟମାଟୋ ଥିଲା ଯାହାର ମୂଲ୍ୟ ଅଢେଇରୁ ତିନି ଲକ୍ଷ ଟଙ୍କା ମଧ୍ୟରେ ହେବ । ପୁଲିସ ଏବେ ଘଟଣାର ତଦନ୍ତ କରୁଥିବାବେଳେ ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି |

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ