ଅପରାଧ ରାଜ୍ୟ

ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇଜଣଙ୍କ ଜୀବନ

ସୋର: ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଟ୍ରକ ଓ ବାଇକ ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି l ତେବେ ଜଣେ ବ୍ୟକ୍ତି ସୋର ଥାନା ମାଣତ୍ରୀ ଗାଁର ହୋଇଥିବା ବେଳେ ଅନ୍ୟ ଜଣକର ପରିଚୟ ମିଳିପାରିନାହିଁ l ମୃତ ଯୁବକ ଦୁଇ ଜଣ ରାତି ୨ଟା ସମୟରେ ଭଦ୍ରକରୁ କାମ ସାରି ଘରକୁ ଫେରୁଥିଲେ l ତେବେ ଏବେ ଜାତୀୟ ରାଜପଥ କାମ ଚାଲୁଥିବାରୁ ଜାଗା ଜାଗାରେ ଡ଼ାଇଭର୍ଶନ ରହିଛି l ତେଣୁ ଅନେକ ସମୟରେ ଅକାଳରେ ନିରୀହ ଲୋକଙ୍କର ଜୀବନ ଚାଲିଯାଉଛି l

ଜଣେ ବ୍ୟକ୍ତିଙ୍କର ପରିଚୟ ମିଳିଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କର ମୁଣ୍ଡଉପରେ ଗାଡି ଚଢି ଯାଇଥିବାରୁ ତାଙ୍କୁ ଚିହ୍ନିବା ଅସମ୍ଭବ ହୋଇପଡୁଛି l ଦୁର୍ଘଟଣାପରେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ହାଇୱେ ପୋଲିସକୁ ଖବର ଦେଇଥିଲେ ଖବର ପାଇ ପୋଲିସ ପହଞ୍ଚି ରାସ୍ତାରୁ ଶବ ହଟାଇବା ସହ ଶବ ବ୍ୟବଚ୍ଛେଦ ପାଇଁ ସୋର ମେଡିକାଲକୁ ଆଣିଥିଲେ l ଆଜି ସକାଳେ ପରିଚୟ ମିଳିଥିବା ବ୍ୟକ୍ତିଙ୍କର ପରିବାର ଲୋକଙ୍କୁ ଖବର ଦିଆଯାଇଛି l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।