ଅପରାଧ ସ୍ପେଶାଲ ରିପୋର୍ଟ

ଟ୍ରକ୍ ସହ ଧକ୍କା ହେଲା ବରଯାତ୍ରୀ କାର୍; ଚାଲିଗଲା ୮ ଜୀବନ, ୩ ଗୁରୁତରଙ୍କୁ ହସ୍‌ପିଟାଲ୍‌ ସ୍ଥାନାନ୍ତର

ଲକ୍ଷ୍ନୌ: ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ବାଟରେ ଜଗି ବସିଥିଲା ମୃତ୍ୟୁ। ରାସ୍ତାରେ ଠିଆ ହୋଇଥିବା ଏକ ଟ୍ରକ୍ ସହ ହଠାତ୍‌ ଶକ୍ତ ଧକ୍କା ହେଲା ଏସ୍‌ୟୁଭି କାର୍। କାର୍‌ ବସିଥିଲେ ୧୧ ଜଣ ଯାତ୍ରୀ।

ବରଯାତ୍ରୀରୁ ଫେରିଥିଲେ ସମସ୍ତେ। ଟ୍ରକ୍‌ରେ ଧକ୍କା ହେବା ପରେ ଚାଲିଗଲା ୮ ଜଣଙ୍କ ଜୀବନ। ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଗୋରଖପୁର ଜିଲ୍ଲା ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ରବିବାର ଜୋଗିଆ କୋତୱାଲି ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୁଲିସକୁ ଖବର ଦେବା ସହିତ ଦୁର୍ଘଟଣାର ଶିକାର ହୋଇଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।

NewsLaxmi7

About Author

You may also like

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

“ମୋ ଧାମ ମୋ ଗର୍ବ” ସ୍ୱଛତା ସଚେତନତା କାର୍ଯ୍ୟରେ ପୁରୀରୁ ୩୫ ମେଟ୍ରିକ ଟନ ଅଳିଆ ସଂଗ୍ରହ

ପୁରୀ: ଶ୍ରୀକ୍ଷେତ୍ର ପୁରୀକୁ ଦେଶର ଏକ ନମ୍ବର ସ୍ଵଚ୍ଛତା ସହର କରିବା ଲକ୍ଷ ରଖି ପ୍ରଶାସନ ପକ୍ଷରୁ ସଫେଇ ଓ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଗତ
ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ବଜାରକୁ ଆସିଗଲା ଉଡ଼ନ୍ତା କାର ! ମାତ୍ର ୩ ମିନିଟରେ ହେଉଛି ଜାହାଜରେ ପରିଣତ

ନୂଆଦିଲ୍ଲୀ: ଉଡ଼ନ୍ତା କାର ଆମେ ପ୍ରଥମେ ୨୦୫୦ ଚଳଚିତ୍ରେ ଦେଖିଥିବା । ତାହା ପୁଣି ପୁରା କାଳ୍ପନିକ । ସେହି ଫିଲ୍ମରେ ଏହା ଦର୍ଶାଯାଇଥିଲାଯେ ଆମ ବିଶ୍ୱ