ଅପରାଧ ରାଜ୍ୟ

ଟ୍ରକ୍ ଭିତରୁ ଡ୍ରାଇଭରଙ୍କ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ବଢିଲା ସସପେନ୍ସ

କେନ୍ଦୁଝର ୩୧/୧୦: କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୨୦ ନମ୍ବର ଜାତୀୟ ରାଜପଥର ବନାଯୋଡ଼ି ଟୋଲଗେଟ୍ ନିକଟରେ ଟ୍ରକ୍ ଭିତରୁ ଡ୍ରାଇଭରଙ୍କର ଗଳିତ ମୃତଦେହ ଉଦ୍ଧାର । ହତ୍ୟା ସନ୍ଦେହରେ ସଦର ପୋଲିସର ତଦନ୍ତ ଜାରି ।

ସୂଚନା ଅନୁଯାୟୀ, ଛତିଶଗଡ଼ ଇମାମିରୁ ସାମଗ୍ରୀ ନେଇ ଖାଲି କରିବା ପରେ ଏହି ଟ୍ରକ୍ ଯୋଡ଼ା ଯାଉଥିଲା । ହେଲେ ତାଙ୍କ ଅନ୍ୟ ସାଥୀ ଡ୍ରାଇଭର୍ ମାନେ ତାଙ୍କୁ ଖୋଜି ଖୋଜି ଆସି ବନାଯୋଡ଼ି ଟୋଲଗେଟ୍ ନିକଟରେ ଠାବ କରିଥିଲେ । ତେବେ ଟ୍ରକରେ ଡ୍ରାଇଭର୍ କ୍ଷତାକ୍ତ ଅବସ୍ଥାରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ । ପରେ ଏନେଇ ପୋଲିସକୁ ଖବର ଦିଆଯାଇଥିଲା । ମୃତ ଡ୍ରାଇଭର୍ ହେଉଛନ୍ତି ମଧ୍ୟପ୍ରଦେଶର ରାମ ନରେଶ । ହେଲେ ତାଙ୍କର ମୃତ୍ୟୁ ୩/୪ ଦିନ ପୂର୍ବରୁ ଘଟିଥିବା ଅନୁମାନ କରାଯାଉଛି । ଟ୍ରକ୍ ପାଖରେ ପଥର ପଡି ଥିବାରୁ କେହି ପଥରରେ ଛେଛି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।