ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ-ମହାନଦୀବିହାର : ଓଡିଶା ରାଜ୍ୟ ଟ୍ରକ୍ ମାଲିକ ସଂଘ ପକ୍ଷରୁ ବୁଧବାର ରାତିରେ ଆରମ୍ଭ ହେବାକୁ ଥିବା ଧର୍ମଘଟ ଶେଷ ମୁହୂର୍ତ୍ତରେ ସ୍ଥଗିତ ରଖାଯାଇଛି। ସଂଘର ସାଧାରଣ ସମ୍ପାଦକ ରବି ଶତପଥୀ ଏକ ପ୍ରେସ ବିବୃତିରେ ଏହା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ, ୫ ଦଫା ଦାବି ନେଇ ରାଜ୍ୟ ଟ୍ରକ୍ ମାଲିକ ସଂଘର ମହା ସଭାପତି ବିଭୂତି ପ୍ରସାଦ ଦାସ ଜାନୁଆରି ୧୧ ତାରିଖ ମଧ୍ୟରାତ୍ରିରୁ ଅନର୍ଦ୍ଦିଷ୍ଟ କାଳ ପାଇଁ ଟ୍ରକ୍ ଧର୍ମଘଟର ଘୋଷଣା କରିଥିଲେ। କିନ୍ତୁ, ଗତ ୯ ତାରିଖ ଦିନ ସୋମବାର ଦିନ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସି ଟ୍ରକ୍ ମାଲିକମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉକ୍ତ ବୈଠକରେ ପରିବହନ କମିସନର ଅରୁଣ ବୋଥ୍ରାଙ୍କ ସମେତ ମହାସଂଘ ପକ୍ଷରୁ ସଭାପତି ଶ୍ରୀ ଦାସ, ସାଧାରଣ ସମ୍ପାଦକ ରବିନାରାୟଣ ଶତପଥୀ, କାର୍ଯ୍ୟକାରୀ ସଭାପତି ଦିଲୀପ କୁମାର ପାଣି, ଉପସଭାପତି ଶିବ ପ୍ରସାଦ ମିଶ୍ର ଓ ସୁମନ୍ତ କୁମାର ବିଶ୍ୱାଳ ଉପସ୍ଥିତ ଥିଲେ।
ଏହି ବୈଠକରେ ପରିବହନ ବିଭାଗର ପ୍ରମୁଖ ସଚିବ ନିଷ୍ପତ୍ତି ନେଇଥିଲେ ଯେ ସ୍କ୍ରାପିଂ ପଲିସିର କାର୍ଯ୍ୟକାରିତା ନେଇ କିଛି ପରିବର୍ତ୍ତନ ପାଇଁ ଦିଆଯାଇଥିବା ପ୍ରସ୍ତାବ, ଟ୍ରକ୍ର ଭଡ଼ା ଧାର୍ଯ୍ୟ ପ୍ରସ୍ତାବ ଏବଂ ଟୋଲ୍ ଗେଟ୍ମାନଙ୍କରେ ଟ୍ରକ୍ରୁ ଆଦାୟ ହେଉଥିବା ଦେୟ ମାଲ ପରିବହନ କରୁଥିବା କମ୍ପାନିମାନେ ଭରଣା କରିବା ବିଷୟରେ ପରିବହନ କମିସନରଙ୍କଠାରୁ ଆସିଥିବା ପ୍ରସ୍ତାବ ବିଷୟରେ ଯଥାଶୀଘ୍ର ନିଷ୍ପତ୍ତି ନିଆଯିବ। କମିସନରଙ୍କ ପ୍ରତିଶ୍ରୁତି ପରେ ସଂଘ ପକ୍ଷରୁ ଟ୍ରକ ଧର୍ମଘଟକୁ ସ୍ଥଗିତ ରଖାଯାଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l