ଅପରାଧ ରାଜ୍ୟ

ଟ୍ରକ୍ ଧକ୍କାରେ ଶ୍ରମିକ ମୃତ, କ୍ଷତିପୂରଣ ଦାବି କଲେ ପରିବାର ଲୋକ

ଆଠମଲ୍ଲିକ ୧୭।୮: ଟ୍ରକ୍ ଧକ୍କାରେ ଶ୍ରମିକ ମୃତ । କ୍ଷତିପୂରଣ ଦାବି ନେଇ ଆଠମଲ୍ଲିକ ଥାନାରେ ଜଣାଇଲେ ପରିବାର ଲୋକ । ଆଠମଲ୍ଲିକ ଏନଏସି ୧୧ ନମ୍ବର ୱାର୍ଡ ବାସିନ୍ଦା ରବି ମହାକୁଡ଼ ମାଧପୁର ଅଞ୍ଚଳର ଜଣେ ବ୍ୟବସାୟୀଙ୍କ ନିକଟରେ ଶ୍ରମିକ ହିସାବରେ କାମ କରୁଥିଲେ ।

ସେ ବ୍ୟବସାୟୀଙ୍କ ଟ୍ରକ୍‌ରେ ଧାନ ଆଣିବା ପାଇଁ ଦୁଢୁମ ଗ୍ରାମକୁ ଯାଇଥିଲେ । ଗ୍ରାମରେ ଛିଡା ହୋଇଥିବା ସମୟରେ ସେ ଯାଇଥିବା ଟ୍ରକ୍‌ଟି ପଛକୁ ବ୍ୟାକ୍ କରୁଥିବା ସମୟରେ ରବିକୁ ଧକ୍କା ଦେଇଥିଲା । ଯାହା ଫଳରେ ରବିଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ପରେ ମୃତକକୁ ଆଠମଲ୍ଲିକ ମେଡିକାଲକୁ ଅଣା ଯାଇଥିଲା । ଡାକ୍ତର ରବିକୁ ମୃତ ଘୋଷଣା କରିଥିଲେ । ଏ ନେଇ ପରିବାର ଲୋକ ଆଠମଲ୍ଲିକ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।