ଅପରାଧ ରାଜ୍ୟ

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର, ୫୩ ନମ୍ୱର ଏନ୍‌ଏଚ୍‌ ଅବରୋଧ କଲେ ଗ୍ରାମବାସୀ

କାମାକ୍ଷାନଗର, ୧୪।୦୫: ଏନ୍‌ଏଚ୍‌ ୫୩ ଅବରୋଧ। ଯାତାୟତ ବାଧାପ୍ରାପ୍ତ। କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଗତକାଲି ବିଳମ୍ବିତ ରାତିରେ ଟ୍ରକ ଧକ୍କାରେ ଜଣେ ଯୁବକ ଗୁରୁତର ହୋଇଥିଲେ । ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଗୁରୁତର ଯୁବକ ଆଳତୁମା ଗ୍ରାମର ପ୍ରିୟବ୍ରତ ପ୍ରଧାନ। କ୍ଷତିପୂରଣ ଦାବିରେ ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି।

ପ୍ରିୟବ୍ରତ କାମାକ୍ଷାନଗରରୁ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ଧକ୍କା ହୋଇଥିଲା। ସ୍ଥାନୀୟ ଲୋକଙ୍କ ଦ୍ବାରା ଉଦ୍ଧାର କରାଯାଇ କାମାକ୍ଷାନଗର ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କର ଅବସ୍ଥା ଏବେବି ସଙ୍କଟାପର୍ଣ୍ଣ ରହିଛି। ତେବେ ଏହାକୁ ନେଇ ସକାଳୁ ସକାଳୁ ରାସ୍ତା ରୋକ କରାଯାଇଛି। ଯାହାଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ସଂଖ୍ୟାରେ ଗାଡି ଅଟକି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।